
କନକ ବ୍ୟୁରୋ : ସଂସଦ ସୁରକ୍ଷାରେ ବଡ଼ ତ୍ରୁଟି ମାମଲା । କର୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିବା ପରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଲିତ ଝା’କୁ ଗିରଫ କରାଯାଇଛି । ଘଟଣା ପରେ ଲଲିତ ଝା ଫେରାର ରହିଥିବା ବେଳେ ବିଭିନ୍ନ ଠିକଣାରେ ଚଢାଉ କରାଯାଇଥିଲା । ଶେଷରେ ଗୁରୁବାର ରାତିରେ ଲଲିତ ନିଜ ସହଯୋଗୀ ସହ ଆସି କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ କରିଥିବା ବେଳେ ତାକୁ ଗିରଫ କରି ସ୍ପେଶାଲ ସେଲକୁ ହସ୍ତାନ୍ତର କରିଛି ଦିଲ୍ଲୀ ପୋଲିସ ।
ପୂର୍ବରୁ ଗିରଫ ହୋଇଥିବା ୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ଜଣଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଆରମ୍ଭ କରିଛି ପୋଲିସ । ସୁରକ୍ଷାରେ ଅବହେଳା ଅଭିଯୋଗରେ ୮ଜଣ ସୁରକ୍ଷା କର୍ମୀଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି । ସେପଟେ ଏହି ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବା ସହିତ ବିଶୃଙ୍ଖଳିତ ଆଚରଣ କରିବାରୁ ୧୪ଜଣ ବିରୋଧୀ ସାଂସଦଙ୍କୁ ସସପେଣ୍ଡ କରାଯାଇଛି । ବୁଧବାରର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିବା ବେଳେ ସଂସଦ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।
The post ସଂସଦ ସୁରକ୍ଷାରେ ତ୍ରୁଟି ମାମଲା : କର୍ତବ୍ୟପଥ ଥାନାରେ ଆତ୍ମସର୍ମପଣ ପରେ ମାଷ୍ଟରମାଇଣ୍ଡ ଲଲିତ ଝା ଗିରଫ first appeared on Kanak News.
from Kanak News https://ift.tt/LMnOqry https://ift.tt/KsnDAYt
No comments: