IT ରେଡକୁ ନେଇ ତେଜିଲା ରାଜନୀତି, ଆଜି ବିଜେପିର ପ୍ରତିବାଦ କାର୍ଯ୍ୟକ୍ରମ Swadesi Megha Mallhar Prusty

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କଠୁ ଜବତ ନୋଟର ପରିମାଣ ୩ ଶହ କୋଟିରେ ପହଞ୍ଚିଲା । ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଜାରି ରହିଥିଲା ଗଣତି । ୫ ଦିନର ଲଗାତାର ଗଣତି ପରେ ଏହା ୩ ଶହ ୫ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଶନିବାର ଓ ରବିବାର ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କାର ଗଣତି ଜାରି ରଖିଥିଲେ ।

ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠାରୁ ମିଳିଥିଲା ୧୬୫ ବ୍ୟାଗ ନୋଟ୍ । ପୂର୍ବରୁ ଟିଟିଲାଗଡ଼ରୁ ଜବତ ନୋଟର ପରିମାଣ ୧୧ କୋଟିରେ ପହଞ୍ଚିଥିବାବେଳେ ସମ୍ବଲପୁର ଧନୁପାଲିର ବଳଦେବ ସାହୁ ଆଣ୍ଡ ସନ୍ସ ପାଖରୁ ଜବତ ନୋଟର ପରିମାଣ ଥିଲା ୩୭ କୋଟି ୫୦ ଲକ୍ଷ ଟଙ୍କା । ବଲାଙ୍ଗିର, ଟିଟିଲାଗଡ଼ ଏବଂ ସମ୍ବଲପୁର ୩ଟି ଜାଗାରୁ ଜବତ ନୋଟର ପରିମାଣ ଏବେ ପ୍ରାୟ ୩୪୮ କୋଟିରେ ପହଞ୍ଚିଛି ।

ତେବେ ଏହି ଟଙ୍କାର ଉତ୍ସ କ’ଣ ? ଏତେ ପରିମାଣର ଟଙ୍କା କାହାର ? ସେନେଇ ଆୟକର ବିଭାଗ ଖୋଳତାଡ଼ ଜାରି ରଖିଛି । ବଲାଙ୍ଗିର ଜିଲ୍ଲାର ଭାଟି ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଧରି ଲଗାତର ତଥ୍ୟ ଆଦାୟ କରୁଛି IT ଟିମ୍ ।

ଅନ୍ୟପଟେ କଳା ଟଙ୍କା ବିରୋଧରେ ଗର୍ଜିବ ବିଜେପି । ଆଜି ରାଜ୍ୟର ସମସ୍ତ ଉପଖଣ୍ଡରେ ବିଜେପି ପ୍ରତିବାଦ କରିବା କାର୍ଯ୍ୟକ୍ରମ ରହିଛି । ବିଜେଡି ସରକାର ବିରୋଧରେ ଗର୍ଜିବା ସହ ମଦ ଦୁର୍ନୀତି ଏବଂ କଳାଟଙ୍କାର କାରବାର ବିରୋଧରେ ଆନ୍ଦୋଳନ କରିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମଦ ବ୍ୟବସାୟୀଙ୍କଠୁ କୋଟି କୋଟି ଟଙ୍କା ମିଳିବା ଘଟଣାରେ ରାଜ୍ୟ ସରକାରଙ୍କ ଅବକାରୀ ନୀତିକୁ ମନମୋହନ ଦାୟୀ କରିଛନ୍ତି । ସୋସିଆଲ୍ ମିଡ଼ିଆ Xରେ ମନମୋହନ କହିଛନ୍ତି, ରାଜ୍ୟ ସରକାର ମଦ ମାଫିଆଙ୍କୁ ଅଯାଚିତ ଲାଭ ଦେଉଛନ୍ତି ଏବଂ ସେହି କଳାଟଙ୍କାରେ ବିଜେଡି ନିର୍ବାଚନ ଲଢ଼ୁଛି । ମନମୋହନଙ୍କ ଆରୋପ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।



from Latest Odisha News, Breaking News Today | Top Updates on Corona - OTV News https://ift.tt/WjtIFG8
IT ରେଡକୁ ନେଇ ତେଜିଲା ରାଜନୀତି, ଆଜି ବିଜେପିର ପ୍ରତିବାଦ କାର୍ଯ୍ୟକ୍ରମ Swadesi Megha Mallhar Prusty IT ରେଡକୁ ନେଇ ତେଜିଲା ରାଜନୀତି, ଆଜି ବିଜେପିର ପ୍ରତିବାଦ କାର୍ଯ୍ୟକ୍ରମ Swadesi Megha Mallhar Prusty Reviewed by SUBHENDU BARAL on December 10, 2023 Rating: 5

No comments:

Powered by Blogger.