ମହେଶ୍ବର ମହାନ୍ତିଙ୍କ ପରଲୋକ । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ । ଭୋର ୩ଟା ୨୫ରେ ଶେଷ ନିଶ୍ବାସ ତ୍ୟାଗ ସୂଚନା । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ବର ମହାନ୍ତି ।
ପ୍ରଥମେ କାଉନସିଲରରୁ ବାଚସ୍ପତି ହୋଇଥିଲେ ମହେଶ୍ବର ମହାନ୍ତି । ପୁରୀରୁ କାଉନସିଲର୍ ଭାବେ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିଲେ ମହେଶ୍ବର । ପରେ ପରେ ପୁରୀ ପୌରପାଳିକାର ଅଧ୍ୟକ୍ଷ ଥିଲେ । ୧୯୯୫ରେ ଜନତା ଦଳରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
୧୯୯୫ରୁ ଲଗାତାର ୫ ଥର ପୁରୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । ରାଜ୍ୟ ସରକାରଙ୍କ ଅଧିନରେ ସେ ଆଇନ, ପଞ୍ଚାୟତିରାଜ, ରାଜସ୍ବ ବିଭାଗର ମନ୍ତ୍ରୀ ଥିଲେ । ୨୦୦୪ରୁ ୨୦୦୮ ଯାଏଁ ବିଧାନସଭାର ବାଚସ୍ପତି ଥିଲେ ।
ତେବେ ଦୃଢ଼ ସଂଗଠକ ଓ ବେଶ୍ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଭାବେ ନାଁ ଥିଲା । ଲମ୍ବା ସମୟ ଧରି ସେ ପୁରୀକୁ ବିଜେଡିର ଗଡ଼ ଭାବେ ସମ୍ଭାଳିଥିଲେ ।
from Latest Odisha News, Breaking News Today | Top Updates on Corona - OTV News https://ift.tt/0Vq4yBR
Reviewed by SUBHENDU BARAL
on
November 06, 2023
Rating:
No comments: