ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ଗଡିବ ନାହିଁ ଘରୋଇ ବସ । Kanak News

କନକ ବ୍ୟୁରୋ: ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ରାଜ୍ୟର କୌଣସି ଜିଲ୍ଲାରେ ଗଡିବ ନାହିଁ ଘରୋଇ ବସ । ଧର୍ମଘଟ ପୂର୍ବରୁ ବିଧାନସଭା ଆଗରେ ଧାରଣା ଦେବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୨ ତାରିଖରୁ ଲୋୟର ପିଏମଜିରେ ଧାରଣା ଦେବେ ହଜାରେରୁ ଅଧିକ ବସ ମାଲିକ । ଧାରଣା ସତ୍ୱେ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଘରୋଇ ବସ ଚକା ଜାମ କରାଯିବ । ଘରୋଇ ବସ ମାଲିକ ସଂଘର ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ରାଜ୍ୟରେ ଗୋଟିଏ ବି ବସ ଗଡିବ ନାହିଁ । ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ରାଜ୍ୟ ସରକାର ଓ ବସ୍ ମାଲିକ ସଂଘ ମଧ୍ୟରେ ବିବାଦ ଲାଗି ରହିଛି । ଘରୋଇ ବସ୍କୁ ସରକାର ନେଇ ଲକ୍ଷ୍ମୀ ଯୋଜନାରେ ଚଳାଇବାକୁ ଦାବି କରି ଆସୁଛି ସଂଘ । କିନ୍ତୁ ସରକାର ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବାରମ୍ବାର ଧର୍ମଘଟ ଡାକରା ଦେଇଛି ସଂଘ । ଆଉ ଧର୍ମଘଟ ଫଳରେ ହଜାର ହଜାର ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

The post ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ଗଡିବ ନାହିଁ ଘରୋଇ ବସ । first appeared on Kanak News.



from Kanak News https://ift.tt/lMA8Sov https://ift.tt/drpDbO7
ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ଗଡିବ ନାହିଁ ଘରୋଇ ବସ । Kanak News ପୁଣି ହେବ ଘରୋଇ ବସ୍ ଧର୍ମଘଟ । ସରକାର ଦାବି ନଶୁଣିଲେ ଡିସେମ୍ବର ୧ରୁ ଗଡିବ ନାହିଁ ଘରୋଇ ବସ । Kanak News Reviewed by SUBHENDU BARAL on November 08, 2023 Rating: 5

No comments:

Powered by Blogger.