କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ । Kanak News

କନକ ବ୍ୟୁରୋ: ଡିପ୍ଫେକ୍ ଫଟୋ ସୋସିଆଲ୍ ମଡିଆରେ ଅପଲୋଡ୍ କରି ବ୍ଲାକ୍ମେଲିଂ କରୁଥିବା ଅଭିଯୋଗରେ ଜଣେ ଗିରଫ । ଡିପ୍ଫେକ୍କୁ ନେଇ ସାରା ଦେଶରେ ବିତର୍କ ଚାଲିଥିବା ବେଳେ କଟକରୁ ଏଭଳି ଏକ ଚାଂଚଲ୍ୟକର ଖବର ଆସିଛି । ଯୁବତୀଙ୍କ ନାଁରେ ଫେକ୍ ଇନଷ୍ଟାଗ୍ରାମ ଆଇଡି ଖୋଲି ଏଡିଟିଂ ଫଟୋ ସହ ଅଶ୍ଳୀଳ ଭାଷାରେ ପୋଷ୍ଟ କରିବା ପଡ଼ିଛି ମହଙ୍ଗା । ଅଭିଯୁକ୍ତ ଦୀନେଶ ସେଠୀକୁ ଗିରଫ କରି କୋର୍ଟ ଚାଲଣ କଲା କଟକ ସାଇବର ଥାନା ପୁଲିସ ।

ଅଭିଯୋଗ ଅନୁସାରେ ସୋସିଆଲ୍ ମିଡିଆରେ ବିଭିନ୍ନ ଯୁବତୀଙ୍କ ସହ ଚାଟିଂ ସେମାନଙ୍କ ଫୋନ ନମ୍ବର ସଂଗ୍ରହ କରୁଥିଲା ଦୀନେଶ । ପରେ ସେହି ଯୁବତୀମାନଙ୍କ ଫଟୋ ଡାଉନଲୋଡ କରି ସେମାନଙ୍କ ନାଁରେ ଫେକ୍ ଆଇଡି ଖୋଲୁଥିଲା । ଫଟୋକୁ ଏଡିଟିଂ କରି ପୋଷ୍ଟ କରିବା ସହ ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ପୋଷ୍ଟ କରୁଥିଲା ଅଭିଯୁକ୍ତ । ଏହାକୁ ଡିଲିଟ୍ କରିବା ପାଇଁ ସଂପ୍ରକ୍ତ ଯୁବତୀଙ୍କୁ ଦୀନେଶ ଟଙ୍କା ମାଗୁଥିବା ଅଭିଯୋଗ ହେବା ପରେ ତନାଘନା ଆରମ୍ଭ କରିଥିଲା ପୁଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି, ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୧୦୦ ଜଣ ଯୁବତୀଙ୍କୁ ଏପରି ବ୍ଲାକମେଲ୍ କରିଥିଲା ଅଭିଯୁକ୍ତ ଦୀନେଶ ସେଠୀ ।

The post କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ । first appeared on Kanak News.



from Kanak News https://ift.tt/9NvcSYj https://ift.tt/Ho7sCdF
କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ । Kanak News କଟକରେ ଡିପଫେକ୍ ଜରିଆରେ ବ୍ଲାକମେଲ୍ ଅଭିଯୋଗ । ଶହେରୁ ଅଧିକ ଯୁବତୀଙ୍କ ଫଟୋକୁ ବିକୃତ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲା ଯୁବକ । Kanak News Reviewed by SUBHENDU BARAL on November 23, 2023 Rating: 5

No comments:

Powered by Blogger.