କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ । Kanak News

କନକ ବ୍ୟୁରୋ: କାହାର ହେବ ରାଜସ୍ଥାନ? ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପଡ଼ିଲା ଭୋଟ । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ମତଦାନ । ସନ୍ଧ୍ୟା ୬ଟା ଯାଏଁ ୨୦୦ରୁ ୧୯୯ ନିର୍ବାଚନ ମଣ୍ଡଳୀରେ ମତଦାନ ହେବ ।

ଶ୍ରୀନଗରର କରଣପୁର ଆସନରେ କଂଗ୍ରେସ ପ୍ରାର୍ଥୀ ଏବଂ ବର୍ତମାନର ବିଧାୟକ ଗୁରମିତ୍ ସିଂ କୁନରଙ୍କ ଦେହାନ୍ତ ଯୋଗୁ ଏହି ନିର୍ବାଚନ ମଣ୍ଡଳୀରେ ମତଦାନ ସ୍ଥଗିତ କରାଯାଇଛି । ରାଜସ୍ଥାନ ବିଧାନସଭା ନିର୍ବାଚନରେ ଏଥର ୧୮୬୨ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ୫ କୋଟି ୨୫ଲକ୍ଷ ୩୮ହଜାର ୧୦୫ ମତଦାତା ନିଜର ମତ ସାବ୍ୟସ୍ତ କରିବେ । ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ମୋଟ ୧ଲକ୍ଷ ୨ହଜାର ୨୯୦ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ୫ ବର୍ଷ ଧରି ଏଠାରେ କଂଗ୍ରେସ କ୍ଷମତାରେ ରହିଆସିଛି । ପୁଣିଥରେ ଦଳ ସରକାର ଗଠନ ପାଇଁ ସବୁ ଜୋର ଲଗାଇ ଦେଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଅଶୋକ ଗେହଲଟ୍ ବହୁ ନିର୍ବାଚନୀ ରାଲି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହ, ସ୍ମୃତି ଇରାନୀ, ରାଜନାଥ ସିଂ, ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସମେତ ଅନ୍ୟନେତା ମାନେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବ ।

The post କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ । first appeared on Kanak News.



from Kanak News https://ift.tt/joFCg1V https://ift.tt/QKGORnw
କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ । Kanak News କିଏ ଗଢ଼ିବ ରାଜସ୍ଥାନରେ ସରକାର? ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୯୯ ଆସନ ପାଇଁ ପଡ଼ିଲା ଭୋଟ୍, ଡିସେମ୍ବର ୩ରେ ଆସିବ ଫଳାଫଳ । Kanak News Reviewed by SUBHENDU BARAL on November 24, 2023 Rating: 5

No comments:

Powered by Blogger.