Vastu Tips: ଆପଣ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ କି ? ଜାଣନ୍ତୁ, କ’ଣ ରହିଛି ବାସ୍ତୁ ଦୋଷ... Saroj Kumar Maharana

ଯେକୌଣସି ନିର୍ମାଣ ପାଇଁ ଭୂମିର ଆବଶ୍ୟକତା ରହିଛି। ଜାଗା କିଣିଲା ବେଳେ ଅନେକ ଶୁଭ ଅଶୁଭ ଲକ୍ଷଣମାନ ଦେଖିକି ଭୂମି ଚୟନ କରିବା ଉଚିତ। ଭୂମି ଚୟନ ବିଷୟରେ ଆମେ ଆଗରୁ ଜାଣିଛେ ଯେ ଭୂମି କ୍ରୟ ପୂର୍ବରୁ ଭୂମିକୁ କେମିତି ପରୀକ୍ଷା କରାଯାଏ। ଯଦି ଏହି ଭୂମି ଅଶୁଭ ଥାଏ ତା’ର ପ୍ରତିକାର ବ୍ୟବସ୍ଥା ନ କରି ନିର୍ମାଣ କାର୍ଯ୍ୟ କରାଯାଗଲେ ତେବେ ଏହା ଅତ୍ୟନ୍ତ କ୍ଷତିକାରକ ହୋଇଥାଏ।

ରହିବା ପାଇଁ ଗୃହ ହେଉ କି ବ୍ୟବସାୟ ପାଇଁ ଦୋକାନ ହେଉ ବାସ୍ତୁବିଦ୍ୟାର ଆବଶ୍ୟକ ସବୁ କ୍ଷେତ୍ରରେ ଅଛି। ଏହାର ବ୍ୟବହାର ଦ୍ୱାରା ଅନେକ ଅଶୁଭ ସ୍ଥିତିକୁ ରୋକାଯାଇ ପାରିବ। ନଦୀ ଧାରରେ ଥିବା ଭୂମି, ଭୂମିକମ୍ପ ଓ ବଜ୍ରପାତ ଦ୍ୱାରା ଖଣ୍ଡିତ ହୋଇଥିବା ଭୂମି, ଉଇହୁଙ୍କା ଓ ପିମ୍ପୁଡ଼ିଯୁକ୍ତ ଭୂମି, କଣ୍ଟା ଓ କ୍ଷୀରଜାତୀୟ ଗଛ ଥିବା ଭୂମି, ଭୂମି ମଧ୍ୟରେ ଅଙ୍ଗାର ଥିଲେ, କୌଣସି ପ୍ରକାର ଶଲ୍ୟ ଥିବା ଭୂମି ଏହି ପ୍ରକାର ଅଶୁଭ ଲକ୍ଷଣ ଥିବା ଭୂମି ସବୁବେଳେ ତ୍ୟାଗ କରିବା ଉଚିତ।

ଏହା ଉପରେ ନିର୍ମାଣ କଲେ ନାନା ପ୍ରକାର ବିପତ୍ତି ଆସିଥାଏ। ସବୁଠୁ ବଡ କଥା ହେଲା ଅନେକ ପ୍ରକାର ରୋଗ ହୋଇଥାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଉତ୍ତମ ସ୍ୱାସ୍ଥ୍ୟ ନାହିଁ ତେବେ ଯେତେ ସମ୍ପତ୍ତି ଥିଲେ ମଧ୍ୟ ତାହା ଉପଭୋଗ କରିହେବ ନାହିଁ। ଏଣୁ ବାସ୍ତୁଦୋଷରୁ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଉପୁଜିଥାଏ। ଆପଣମାନେ ବହୁବାର ଦେଖିଥିବେ ଯେ ଜଣେ ବ୍ୟକ୍ତି ବହୁତ ନିୟମର ସହିତ ନିଜର ଜୀବନଯାପନ କରୁଥିବେ। ଖାଦ୍ୟପେୟରେ ସାତ୍ତ୍ୱିକ ଭୋଜନ, ଯୋଗ, ପ୍ରାଣାୟମ ଆଦି କରିବା ସତ୍ତ୍ୱେ ବିଭିନ୍ନ ପ୍ରକାର ଜଟିଳ ରୋଗମାନ ହେଉଥିବ।

ବାସ୍ତୁବିଦ୍ୟାର ଅନୁଧ୍ୟାନରୁ ଏହାର କାରଣ ଜଣା ପଡ଼ିଥାଏ ଯେ ସେ ଭୂମିରେ ଅନେକ ପ୍ରକାର ବାସ୍ତୁଦୋଷ ରହିଛି ଯାହା ସେହି ରୋଗର କାରଣ ହେଉଛି। ଏଣୁ ଏହି ବାସ୍ତୁଦୋଷକୁ ନ୍ୟୁନ ମନେ ନ କରି ସଠିକ ବିଦ୍ୟାର ସାହାଯ୍ୟ ନେଇ ଗୃହ ନିର୍ମାଣ କଲେ ଅନେକ ଶୁଭ ଫଳ ମିଳିପାରେ। ଆଜି ଆମେ ଏହି ବାସ୍ତୁଦୋଷରୁ ସୃଷ୍ଟି ହେଉଥିବା ଫୁସ୍‌ଫୁସ୍‌ଜନିତ ରୋଗର କାରଣ ଏବଂ ନିରାକରଣ ବିଷୟ ଜାଣିବା।

ଫୁସ୍‌ଫୁସ୍ ରୋଗର କାରଣ (ବାସ୍ତୁଦୃଷ୍ଟିରୁ):

  • ଘର ବାହାରେ ଦକ୍ଷିଣ ଦିଗରେ ଯଦି ଜଳାଶୟ ଥାଏ ତେବେ ସେ ଗୃହରେ ରହୁଥିବା ଲୋକଙ୍କର ଫୁସ୍‌ଫୁସ୍‌ଜନିତ ରୋଗର ଲକ୍ଷଣମାନ ଦେଖାଦେଇଥାଏ।
  • ଗୃହର ଅଗଣାରେ କ୍ଷୀର ବାହାରୁଥିବା ଗଛ ଥିଲେ ମଧ୍ୟ ଏହା ଫୁସ୍‌ଫୁସ୍‌ଜନିତ ରୋଗର କାରଣ ହୁଏ।
  • ଗୃହର ଆଗ୍ନେୟ କୋଣରେ କୂଅ, ନଳକୂଅ ଆଦି ଥିଲେ ମଧ୍ୟ ଏହିପରି ଭୟଙ୍କ ରୋଗ ସୃଷ୍ଟି ହୁଏ।
  • ଗୃହର ଶୟନ କକ୍ଷରେ ଜଳ ରହିଲେ ଅର୍ଥାତ୍ ଯଦି ଆକ୍ୱାରିୟମ୍‌, ୱାଟର ଫାଉଣ୍ଟେନ୍ ଆଦି ରୁହେ ତେବେ ଫୁସ୍‌ଫୁସ୍‌ ରୋଗର କାରଣ ହୋଇଥାଏ।
  • ଶୋଇବା ଘରର ରଙ୍ଗ ଯଦି ଭୁଲ୍ ଥାଏ ତା’ହେଲେ ମଧ୍ୟ ଅନେକ ଅସୁବିଧା ସହିତ ଫୁସ୍‌ଫୁସ୍‌ ରୋଗ ହୋଇଥାଏ।

ପ୍ରତିକାର:

  • ଉପରୋକ୍ତ କାରଣମାନ ଯଦି ଦେଖନ୍ତି ତେବେ ତାହା ସୁଧାରି୍ଦେଲେ ଏହିପରି ରୋଗରୁ ମୁକ୍ତି ମିଳିଥାଏ।
  • ବାସ୍ତୁବିତ୍‌ଙ୍କର ପରାମଶ କ୍ରମେ ବାସ୍ତୁ ଶାନ୍ତି କରାଇଲେ ମଧ୍ୟ ଏହି ସମସ୍ୟା ସମାଧାନ ହୋଇଥାଏ।

ଇମେଲ୍: saroj.sm2014@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)



from Latest Odisha News, Breaking News Today | Top Updates on Corona - OTV News https://ift.tt/znGrm9l
Vastu Tips: ଆପଣ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ କି ? ଜାଣନ୍ତୁ, କ’ଣ ରହିଛି ବାସ୍ତୁ ଦୋଷ... Saroj Kumar Maharana Vastu Tips: ଆପଣ ଫୁସ୍‌ଫୁସ୍‌ ରୋଗରେ ପୀଡ଼ିତ କି ? ଜାଣନ୍ତୁ, କ’ଣ ରହିଛି ବାସ୍ତୁ ଦୋଷ... Saroj Kumar Maharana Reviewed by SUBHENDU BARAL on October 25, 2023 Rating: 5

No comments:

Powered by Blogger.