ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର । Kanak News

କନକ ବ୍ୟୁରୋ: ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ଲେବିଷ୍ଟନ ସିଟିରେ ଏହି ଗୁଳିକାଣ୍ଡ ଘଟିଛି । ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଜଣେ ବ୍ୟକ୍ତି ଏହି ଗୁଳିମାଡ଼ କରିଥିବା ଜଣାପଡ଼ିଛି ।

ସେମି ଅଟୋମେଟିକ୍ ବନ୍ଧୁକରୁ ଆଖିବୁଜା ଗୁଳିମାଡ଼ କରିଥିଲା ଆତତାୟୀ । ଗୁଳିମାଡ଼ର କାରଣ ଜଣାପଡ଼ିନଥିବା ବେଳେ ପୋଲିସ ପକ୍ଷରୁ ଛାନ୍ଭିନ୍ ଆରମ୍ଭ ହୋଇଛି । ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ପୋଲିସ ପକ୍ଷରୁ ଅପିଲ କରାଯାଇଛି । ପୋଲିସ ପକ୍ଷରୁ ଆତତାୟୀର ଫଟୋ ଜାରି କରାଯାଇଛି । ଯେଉଁଥିରେ ଆତତାୟୀ ହାତରେ ବନ୍ଧୁକ ଧରିଥିବାର ଫଟୋ ରହିଛି । ହାତରେ ବନ୍ଧୁକ ଧରି ସେ ଏକ ଘର ଭିତରକୁ ପ୍ରବେଶ କରୁଥିବା ଜଣାପଡ଼ିଛି ।

The post ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର । first appeared on Kanak News.



from Kanak News https://ift.tt/Iw2dUtE https://ift.tt/qaIJ3s0
ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର । Kanak News ଆମେରିକାରେ ବଡ଼ ଧରଣର ଗୁଳିକାଣ୍ଡ । ୨୨ ମୃତ, ଅନେକ ଗୁରୁତର । Kanak News Reviewed by SUBHENDU BARAL on October 25, 2023 Rating: 5

No comments:

Powered by Blogger.