ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଆଜି ବୈଠକ । ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଲ’ କମିଶନ ରଖିବେ ପ୍ରସ୍ତାବ । Kanak News

କନକ ବ୍ୟୁରୋ: ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ କରିବା ସମ୍ଭାବନା ଉପରେ ବିଚାରବିମର୍ଶ ଜାରି ରହିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଆଜି ଲ କମିସନଙ୍କୁ ଭେଟିବେ । କମିସନର ଅଧ୍ୟକ୍ଷ ଜଷ୍ଟିସ୍ ରିତୁରାଜ ଅବସ୍ତି ରହିଛନ୍ତି । ଲ’ କମିସନ ମଧ୍ୟ ଏକକାଳୀନ ନିର୍ବାଚନକୁ ସମ୍ଭବ କରିବା ପାଇଁ ଏକ ରିପୋର୍ଟ ପ୍ରସ୍ତୁତ କରିବା ଉପରେ ବିଚାର କରୁଛନ୍ତି ।
୨୦୧୮ରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସହମତିର ଅଭାବରୁ କୈଣସି ନିର୍ଯ୍ୟାସ ବାହାରି ପାରିନଥିଲା । ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ପାଇଁ ପ୍ୟାନେଲକୁ ସେପଟେମ୍ବର ପ୍ରାରମ୍ଭରେ ସୂଚିତ କରାଯାଇଥିଲା ଏବଂ ପରେ ଆଇନ ସଚିବ ଏବଂ ଆଇନ ସଚିବଙ୍କ ଦ୍ୱାରା ନିର୍ବାଚନ ଆଇନକୁ ମାର୍ଗଦର୍ଶନ କରୁଥିବା ଏବେର ସାମ୍ବିଧାନିକ ବ୍ୟବସ୍ଥା ବିଷୟରେ ସୂଚନା ଦିଆଯାଇଥିଲା । ନିର୍ବାଚନ ସଂକ୍ରାନ୍ତୀୟ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ସମେତ ୬ ଜଣ ରହିଛନ୍ତି ।
The post ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ଆଜି ବୈଠକ । ପୂର୍ବତନ ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଲ’ କମିଶନ ରଖିବେ ପ୍ରସ୍ତାବ । first appeared on Kanak News.
from Kanak News https://ift.tt/SycBR2X https://ift.tt/zRkMj8W
No comments: