ନେଦରଲାଣ୍ତ ଯିବ ଜୟା। ଉତ୍ତରପ୍ରଦେଶ ବାରଣାସୀରୁ ଫ୍ଲାଇଟ୍ରେ ସେ ନେଦରଲାଣ୍ତ ଯିବ। ଆପଣ ଭାବୁଥିବେ ଜୟା କୌଣସି ଯୁବତୀ ହୋଇଥିବେ। କିନ୍ତୁ କଥାଟି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଜୟା କୌଣସି ଯୁବତୀ କି ମହିଳା ନୁହେଁ ବରଂ ସେ ଗୋଟେ ବୁଲା କୁକୁର। ଜୟା ନାମକ ଏକ ବୁଲା କୁକୁର ପ୍ରେମରେ ପାଗଳ ହୋଇପଡ଼ିଛନ୍ତି ନେଦରଲାଣ୍ତର ଜଣେ ଯୁବତୀ। ଏମିତିକି ସେ ଜୟାକୁ ନେବା ପାଇଁ ପାସପୋର୍ଟ ଓ ଭିଜା ପାଇଁ ଆବେଦନ ବି କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ନେଦରଲାଣ୍ତ ଆମଷ୍ଟରଡମ୍ରେ ରହୁଥିବା ମେରାଲ ବୋଣ୍ଟେନବେଲ୍ ନାମକ ଯୁବତୀ ଭାରତ ବୁଲିବାକୁ ଆସିଥିଲେ। ଉତ୍ତରପ୍ରଦେଶର ବାରଣାସୀ ବୁଲୁବୁଲୁ ସେ ଦେଖିଥିଲେ ଏକ ବୁଲା କୁକୁରକୁ। ଯାହାର ନାମ ଥିଲା ଜୟା । ଜୟା ତାଙ୍କୁ ଖୁବ ସୁନ୍ଦର ଲାଗିଲା। ସେ ତାକୁ ନିଜ ଦେଶ ନେଇଯିବେ ବୋଲି ଚିନ୍ତା କଲେ। ବାସ୍ ତା’ପରେ ଆରମ୍ଭ ହେଲା ଜୟାର ବିଦେଶ ବୁଲା ଅଭିଯାନ। ଗୋଟେ ବୁଲା କୁକୁର ପ୍ରତି ତାଙ୍କର ଏତେ ଭଲ ପାଇବା ଦେଖି ସମସ୍ତେ ତାଙ୍କୁ ଭୁରି ଭୁରି ପ୍ରଶଂସା ବି କରିଛନ୍ତି।
ମେରାଲ କହିଛନ୍ତି ଯେ ସେ ତାଙ୍କ ବନ୍ଧୁମାନଙ୍କ ସହ ବାରଣାସୀ ବୁଲିବା ବେଳେ ଜୟା ନାମକ ବୁଲା କୁକୁର ତାଙ୍କ ପାଖକୁ ଆସିଲା। ଜୟାକୁ ଦେଖି ସେ ବହୁତ ଖୁସି ହୋଇଗଲେ। ଯେହେତୁ ସେ ପଶୁଙ୍କୁ ବହୁତ ଭଲ ପାଆନ୍ତି। ସେଥିପାଇଁ ସେ ଜୟାକୁ କୁଣ୍ଢାଇ ପକାଇ ଗେଲ କରିପକାଇଲେ। ଏହାପରେ ଜୟା ବି ସେମାନଙ୍କୁ ପଛରେ ବୁଲିଲା। ଦିନେ ହଠାତ୍ କିଛି ବୁଲା କୁକୁର ଜୟା ଉପରେ ଆକ୍ରମଣ କଲେ। ଜଣେ ସିକ୍ୟୁରିଟି ଗାର୍ଡ ତାକୁ ରକ୍ଷା କଲେ।
#WATCH | Varanasi, Uttar Pradesh: A female street dog named Jaya from Varanasi is set to leave India with a proper visa and passport with her new owner from the Netherlands. pic.twitter.com/i57rMJqyjb
— ANI (@ANI) October 26, 2023
ଜୟା ସହ କିଛିଦିନର ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ ମେରାଲ୍ ଜୟାକୁ ଗୋଟେ ସୁନ୍ଦର ଜୀବନ ଦେବା ପାଇଁ ନିଜ ଦେଶ ନେଦରଲାଣ୍ତ ନେଇଯିବେ ବୋଲି ନିଷ୍ପତ୍ତି ନେଲେ। ଏମିତିକି ସେ ଜୟାର ପାସପୋର୍ଟ ଓ ଭିଜା ପାଇଁ ମଧ୍ୟ ଆବେଦନ କରିଛନ୍ତି। ଏବେକା ସମୟରେ ଲୋକେ ବୁଲା କୁକୁରଙ୍କ ପ୍ରତି ଅନେକ ଅତ୍ୟାଚାର କରୁଛନ୍ତି। ଜଣେ ବିଦେଶୀ ଯୁବତୀ ଗୋଟେ ବୁଲା କୁକୁର ଏତେ ଭଲ ପାଇବା ଦେବା ସମାଜ ପାଇଁ ଉଦାହରଣ ନିଶ୍ଚୟ।
from Latest Odisha News, Breaking News Today | Top Updates on Corona - OTV News https://ift.tt/eN4ixhu
No comments: