ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ Kanak News

କନକ ବ୍ୟୁରୋ: ଆଜି ରାଜ୍ୟକୁ ମିଳିବ ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିବେ ରଘୁବର ଦାସ । ସକାଳ ୧୦ ଟାରେ ଲିଙ୍ଗରାଜଙ୍କ ଦର୍ଶନ ପରେ ରାଜ୍ୟପାଳ ଭାବେ ଶପଥ ନେବେ । ଦିନ ୧୧ ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଏହାପୂର୍ବରୁ ସେ ଗତକାଲି ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଆଉ ପରେ ରାଜଭବନରେ ପହଞ୍ଚିବା ପରେ ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପଂହଚିପାରିବ, ସେ ନେଇ ଗୁରୁତ୍ୱ ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନବ ନିଯୁକ୍ତ ରାଜ୍ୟପାଳ । ନୂଆ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନରେ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପୁଲିସ ଡିଜି ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ସକାଳେ ଭୁବନେଶ୍ୱରରେ ପହଂଚିବା ପରେ ପୁରୀ ଯାଇ ଜଗାଦର୍ଶନ କରିଥିଲେ ।

The post ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ first appeared on Kanak News.



from Kanak News https://ift.tt/Ug5BwGt https://ift.tt/xye3cuW
ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ Kanak News ଓଡ଼ିଶାକୁ ମିଳିବ ନୂଆ ରାଜ୍ୟପାଳ । ଆଜି ଶପଥ ନେବେ ରଘୁବୀର ଦାସ । ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ ଉତ୍ସବ Kanak News Reviewed by SUBHENDU BARAL on October 30, 2023 Rating: 5

No comments:

Powered by Blogger.