ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ Kanak News

କନକ ବ୍ୟୁରୋ : ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ବେଳେ ଜିଲ୍ଲା ପାଇଁ ବିଭିନ୍ନ ପ୍ରକଳ୍ପର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।
ଆଜି କଳାହାଣ୍ଡି ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାକୁ ଗସ୍ତ କରୁଛନ୍ତି । ଏହି ଗସ୍ତ ବେଳେ ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ନବୀନ ଉଦଘାଟନ କରିବେ । ଏହାସହ କଳାହାଣ୍ଡିରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହେବାକୁ ଥିବା ବେଳେ ଏନେଇ ଉତ୍ସାହିତ ଅଛନ୍ତି ନବରଙ୍ଗପୁର ଲୋକ । କାରଣ ନବରଙ୍ଗପୁରରେ ଯୋଗାଯୋଗର ମାଧ୍ୟମ ଭଲ ନୁହେଁ । ତେଣୁ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହେଲେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ । ନବରଙ୍ଗପୁର ଏକ କୃଷିବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାକାର ଚାଷୀମାନେ ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ କରନ୍ତି, ଆଉ ଏହାକୁ ନେଇ ସହରରେ ବିକ୍ରି କରିଥାନ୍ତି । ହେଲେ ଏଥିପାଇଁ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥାର ସୁବିଧା ନାହିଁ । ତେଣୁ ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହେଲେ ଏହା ସେମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି ।

The post ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ first appeared on Kanak News.



from Kanak News https://ift.tt/A7usWk2 https://ift.tt/ALUSpQ9
ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ Kanak News ଆଜି ନବୀନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲାରେ ଲକ୍ଷ୍ମୀ ବସର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ Kanak News Reviewed by SUBHENDU BARAL on October 31, 2023 Rating: 5

No comments:

Powered by Blogger.