ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା Kanak News

କନକ ବ୍ୟୁରୋ : ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା । ଆଉ ଟଙ୍କା ପାଇବା ପରେ ବନ୍ଦ ରଖିଥିବା ୩ ମାସ ରାଶନ ଦେଇଛି ପ୍ରଶାସନ । ମାଲାକନଗିରି ଜିଲ୍ଲାରେ ଆବାସ ଯୋଜନାର ପ୍ରଥମ କିସ୍ତି ଟଙ୍କା ଭୁଲ ଆକାଉଣ୍ଟକୁ ଚାଲି ଯିବା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ମାଲକାନଗିରି ଚାଲାଣଗୁଡା ପଂଚାୟତ ଏମଭି ୪ ଗାଁର ସିତା ହାଲଦାର ନାମକ ମହିଳାଙ୍କ ଜମାଖାତାରେ ଗତ ଜୁନ ମାସରେ ଆବାସ ଯୋଜନାର ୪୦ ହଜାର ଟଙ୍କା ଜମା ହୋଇଥିଲା ।

ତେବେ ତାହା ସୀତା ହାଲୱାଙ୍କ ବଦଳରେ ସୀତା ହାଲଦାରଙ୍କ ଖାତାକୁ ଚାଲିଯାଇଥିଲା । ଏହା ଜାଣିବା ପରେ ଟଙ୍କା ଫେରାଇବା ପାଇଁ ଭୁଲ ହିତାଧିକାରୀ ସୀତା ହାଲଦାରଙ୍କୁ ନୋଟିସ କରିଥିଲେ ମାଲକାନଗିରି ବିଡିଓ । ଆଉ ଟଙ୍କା ଫେରାଇ ନପାରିବାରୁ ସିତା ହାଲଦାରଙ୍କ ରାଶନ ଚାଉଳ ବନ୍ଦ କରାଯାଇଥିଲା । ତେବେ ସୀତା ହାଲଦାର ଧାର କରଜ କରିବା ସହ ଜମି ବନ୍ଧା ପକାଇ ବିଡିଓଙ୍କ ଆକଉଂଟରେ ୪୦ ହଜାର ଟଙ୍କା ଜମା କରିଥିଲେ । ଆଉ ଟଙ୍କା ପାଇବା ପରେ ଆଜି ସୀତା ହଲଦାରଙ୍କୁ ୩ ମାସର ରାଶନ ପ୍ରଦାନ କରିଛନ୍ତି ଯୋଗାଣ ସହାୟକ । ମାଲକାନଗିରି ଜିଲ୍ଲାରେ ଏମିତି ଅନେକ ହିତାଧିକାରୀ ଆବାସ ଯୋଜନାର ପ୍ରଥମ କିସ୍ତି ପାଇନଥିବାରୁ ଘର ନିର୍ମାଣ କାମ ଆରମ୍ଭ କରିପାରୁ ନାହାନ୍ତି ।

The post ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା first appeared on Kanak News.



from Kanak News https://ift.tt/wLFTPQ9 https://ift.tt/YqtTZNV
ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା Kanak News ମାଲକାନଗିରି ଆବାସ ଅବ୍ୟବସ୍ଥାରେ ଭୁଲ କାହାର ଭୋଗୁଛି କିଏ । ଜମି ବନ୍ଧା ରଖି ଆବାସ ଟଙ୍କା ଫେରାଇଲେ ମହିଳା Kanak News Reviewed by SUBHENDU BARAL on October 31, 2023 Rating: 5

No comments:

Powered by Blogger.