ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ Kanak News

କନକ ବ୍ୟୁରୋ : ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଦିନ । ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ । କହିଲେ ବାପୁଙ୍କ ସମୟାନୁବର୍ତିତା ଆଜିବି ସମସ୍ତଙ୍କୁ ଦେଉଛି ପ୍ରେରଣା । ତାଙ୍କର ଅମରବାଣୀ ପ୍ରତ୍ୟେକ ବ୍ୟକ୍ତିଙ୍କ ପଥ ଆଲୋକିତ କରି ଚାଲୁଥିବ। ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବୈଶ୍ବିକ ହୋଇଥିବାରୁ ତାହା ଏକତା ଓ ସହାନୁଭୂତି ପ୍ରାଣଚ୍ଛ୍ବାସକୁ ଆଗେଇ ନେବା ପାଇଁ ସମଗ୍ର ମାନବଜାତିକୁ ପ୍ରେରିତ କରୁଥିବ। ଆମେ ସଦାସର୍ବଦା ତାଙ୍କ ପରିକଳ୍ପନା ପରିପୂରଣ ପାଇଁ କାର୍ଯ୍ୟ କରିବା । ସାମଗ୍ରିକ ଏକତା ଓ ସହାବସ୍ଥାନ ନିମନ୍ତେ ତାଙ୍କ ପରିକଳ୍ପିତ ପରିବର୍ତ୍ତନର ଭାବଧାରାର ବାହାକ ହେବା ଲାଗି ପ୍ରତ୍ୟେକ ଯୁବା ସମର୍ଥ ହୁଅନ୍ତୁ ।

ସେହିପରି ପ୍ରଧାନମନ୍ତ୍ରୀ ବିଜୟଘାଟକୁ ଯାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କ ପ୍ରତି ମଧ୍ୟ ତାଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼,  ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ଦିଲ୍ଲୀ ଉପରାଜ୍ୟପାଳ ଭି. କେ. ସାକ୍‌ସେନା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ରାଜଘାଟରେ ଉପସ୍ଥିତ ହୋଇ ବାପୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

The post ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ first appeared on Kanak News.



from Kanak News https://ift.tt/Lk7UzTD https://ift.tt/IVQsG51
ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ Kanak News ଆଜି ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ : ରାଜଘାଟ ଓ ବିଜୟଘାଟରେ ଶ୍ରଦ୍ଧାଞ୍ଜଳି ଦେଲେ ନରେନ୍ଦ୍ର ମୋଦୀ Kanak News Reviewed by SUBHENDU BARAL on October 01, 2023 Rating: 5

No comments:

Powered by Blogger.