ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ । Kanak News

କନକ ବ୍ୟୁରୋ: ବିଜୟା ଦଶମୀରେ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ରାବଣ ପୋଡି କାର୍ଯ୍ୟକ୍ରମ । ଦିଲ୍ଲୀର ଦ୍ୱାରକା ସ୍ଥିତ ରାମଲୀଳା ଗ୍ରାଉଣ୍ଡରେ ଆୟୋଜିତ ରାବଣ ପୋଡି ଓ ରାମଲୀଳା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣ ସମେତ ଅନ୍ୟଏକ ରାକ୍ଷସର ପ୍ରତିକୃତି ମଧ୍ୟ ପ୍ରସ୍ତୁତ ହୋଇଥିଲା । ମହିଳା ବିରୋଧୀ ଅପରାଧର ପ୍ରତିକ ଏହି ରାକ୍ଷସ ପ୍ରତିମାକୁ, ଆଜି ବିଜୟା ଦଶମୀରେ ଦହନ କରାଯାଇଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଜୟା ଦଶମୀ ହେଉଛି ପ୍ରଭୁ ଶ୍ରୀରାମଙ୍କ ଘର ବାହୁଡାର ଦିନ । ଅତ୍ୟାଚାରୀ ରାବଣ ଉପରେ ଭଗବାନ ରାମଙ୍କ ବିଜୟର ପର୍ବ । ବିଜୟା ଦଶମୀରେ ଶସ୍ତ୍ର ପୂଜା କରାଯାଏ । କିନ୍ତୁ ଆମେ ଆତ୍ମରକ୍ଷା ପାଇଁ ଶସ୍ତ୍ର ବ୍ୟବହାର କରୁ, ଅନ୍ୟ ଉପରେ ଆକ୍ରମଣ ପାଇଁ ନୁହେଁ । ଏହି ଅବସରରେ ମୋଦୀ କହିଛନ୍ତି ଭାରତ ନୂଆ ନୂଆ ଶିଖରକୁ ଛୁଉଁଛୁ । ଆମେ ଚନ୍ଦ୍ରରେ ପହଂଚି ପାରିଛୁ । ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବାକୁ ଯାଉଛି । ନୂଆ ସଂସଦ ଭବନ ନିର୍ମାଣ ହୋଇଛି । ଦେଶରେ ମହିଳାଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରା ଯାଇପାରିଛି । ତେଣୁ ଆମର ଶକ୍ତି ପୂଜା ବିଶ୍ୱର ସମୃଦ୍ଧି ପାଇଁ । ଆମ ପାଖରେ ଗୀତାର ଜ୍ଞାନ ରହିଛି ଏବଂ ଆଇଏନଏସ ବିକ୍ରାନ୍ତ ଯୁଦ୍ଧ ଯାହାଜ ଓ ତେଜସ ଯୁଦ୍ଧ ବିମାନ ବି ନିର୍ମାଣ କରି ଶିଖିଛୁ । ତେଣୁ ଆମେ ପ୍ରଭୁ ଶ୍ରୀରାମଙ୍କ ମର୍ଯ୍ୟାଦାକୁ ବୁଝିଛୁ ଏବଂ ଆମ ସୀମାର ସୁରକ୍ଷା ବି କରୁଛୁ । ଦିଲ୍ଲୀ ଲାଲକିଲ୍ଲା ପ୍ରାଙ୍ଗଣରେ ଆୟୋଜିତ ରାବଣ ପୋଡି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପାଲଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହେଉଛି ବିଜୟା ଦଶମୀ । ଯାହାକୁ ନେଇ ସାରା ଦେଶରେ ଉତ୍ସାହ ।

ବିଭିନ୍ନ ସହରରେ ପାଳନ କରାଯଉଛି ଏହିଭଳି ରାବଣ ପୋଡି କାର୍ଯ୍ୟକ୍ରମ । ଦିଲ୍ଲୀର ବିଭିନ୍ନ ସ୍ଥାନରେ ରାବଣ ପୋଡି ହେଉଥିବାବେଳେ ଲାଲକିଲ୍ଲା ପ୍ରାଙ୍ଗଣରେ ମୁଖ୍ୟ ଅତିଥି ହୋଇଛନ୍ତି ରାଷ୍ଟ୍ରପତି । ପବିତ୍ର ବିଜୟା ଦଶମୀରେ ଏଠାରେ ରାବଣ, ମେଘନାଦ ଓ କୁମ୍ଭକର୍ଣ୍ଣର ପ୍ରତିମାରେ ଅଗ୍ନୀ ସଂଯୋଗ କରାଯାଇଛି । ୧୦୦ ଫୁଟ ଲେଖାଏଁ ୩ଟି ପ୍ରତିକୃତି ପ୍ରସ୍ତୁତ ହୋଇଥିଲା । ଅରବିନ୍ଦ କେଜରିୱାଲ ବି ଦିଲ୍ଲୀ ରାବଣପୋଡିରେ ସାମିଲ ହୋଇଥିଲେ ।

The post ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ । first appeared on Kanak News.



from Kanak News https://ift.tt/uPerMNL https://ift.tt/CyYSPdJ
ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ । Kanak News ରାବଣର ଅହଙ୍କାରରେ ଲାଗିଲା ନିଆଁ, ବିଜୟା ଦଶମୀରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉତ୍ସାହର ସହ ରାବଣ ପୋଡ଼ି ଉତ୍ସବ ।ଆତସବାଜିରେ କମ୍ପିଲା ପରିବେଶ । Kanak News Reviewed by SUBHENDU BARAL on October 24, 2023 Rating: 5

No comments:

Powered by Blogger.