ମେଲାଣି ନେବେ ମା’ । ଭସାଣୀ ପାଇଁ କଟକ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ, ରାଜଧାନୀରେ ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି Kanak News

କନକ ବ୍ୟୁରୋ: ମେଲାଣି ନେବେ ମା’ । ଭସାଣି ପାଇଁ ଟୁଇନ୍ ସିଟିରେ ବ୍ୟାପକ ବନ୍ଦୋବସ୍ତ । ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ ।
ସହିଦ ନଗର ଭସାଣ ବେଳେ ବାଣୀବିହାର ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ବାରଣ କରାଯାଇଛି । ଏହି ସମୟରେ ଯାନବାହାନ ଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟ ବିହାର ଦେଇଯିବ । ସେହିପରି ରାଜପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି । ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ି ଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବ । ସେହିପରି ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁର ଭସାଣ ବେଳେ କିଟ୍ ପାଶ୍ୱରୁ ନାଲକୋ ଛକ ଯିବା ମନା କରାଯାଇଛି । ବଡ଼ କଥା ହେଉଛି ନିୟମ ଉଲ୍ଲଂଘନ କଲେ ୫ ଶହ ଟଙ୍କାରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
The post ମେଲାଣି ନେବେ ମା’ । ଭସାଣୀ ପାଇଁ କଟକ ଭୁବନେଶ୍ୱରରେ ବ୍ୟାପକ ବନ୍ଦୋବସ୍ତ, ରାଜଧାନୀରେ ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି first appeared on Kanak News.
from Kanak News https://ift.tt/TewVYB8 https://ift.tt/eaGKJsi
No comments: