
କନକ ବ୍ୟୁରୋ : ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ଏଥିପାଇଁ ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ ଦର୍ଶନ କରିବା ପାଇଁ ମଣ୍ଡପରେ ସକାଳୁ ସକାଳୁ ଭିଡ ଜମାଇଲେଣି । କଟକରେ ସୁନା-ରୁପାରେ ଝଟକୁଛନ୍ତି ମାଆ ।
ଭୁବନେଶ୍ୱର ମଣ୍ଡପ ଗୁଡିକରେ ସୁଉଚ୍ଚ ତୋରଣ ଓ ସୁନ୍ଦର ଆଲୋକମାଳ, ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ମଣ୍ଡପରେ ମାଆ ଜଗତଜନନୀଙ୍କୁ ଦେଖିବାକୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । କେଉଁଠି ମାଆଙ୍କ ମୃଣ୍ମୟ ମୂର୍ତି ଦେଖିବାକୁ ଲୋକଙ୍କ ଭିଡ ହେଉଛି ତ କେଉଁଠି ସୁନ୍ଦର ଆଲୋକମାଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ବେଶ ଉତ୍ସାହର ସହ ପାଳନ କରାଯାଉଛି ଦୁର୍ଗାପୂଜା । ଲୋକେ ମାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଆଜି ବିଜୟାଦଶମୀ ପରେ ଧରାପୃଷ୍ଠରୁ ମା ନେବେ ମେଲାଣି ।
The post ମଣ୍ଡପରେ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ବିଜୟ first appeared on Kanak News.
from Kanak News https://ift.tt/Bfm6OMx https://ift.tt/aUPYzV0
ମଣ୍ଡପରେ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ବିଜୟ Kanak News
Reviewed by SUBHENDU BARAL
on
October 23, 2023
Rating:
No comments: