Dussehra 2023: ବିଜୟାଦଶମୀରେ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା Pramod Behera

ସତ୍ୟ ଉପରେ ଅସତ୍ୟର ବିଜୟର ସବୁଠାରୁ ବଡ ପର୍ବ ଦଶହରା। ଏହାକୁ ବିଜୟାଦଶମୀ ଭାବେ ସାରା ଭାରତରେ ଖୁବ ଧୂମଧାମ୍‌ରେ ପାଳନ କରାଯାଏ। ପ୍ରତିବର୍ଷ ଆଶ୍ୱିନ୍ ମାସର ଦଶମୀ ତିଥିରେ ଏହି ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ଶ୍ରୀରାମ ଲଙ୍କାପତି ରାବଣଙ୍କୁ ହତ୍ୟା କରିଥିଲେ। ଏହା ବ୍ୟତୀତ ଏହି ଦିନ ମାତା ଦୁର୍ଗା ମହିଷାସୁରାକୁ ମଧ୍ୟ ବଦ୍ଧ କରିଥିଲେ। ସେଥିରେ ଲୋକେ ଏହିଦିନ ଅସ୍ତ୍ରଶସ୍ତ୍ର ପୂଜା କରିବା ସହ ରାବଣ ପୋଡିର ଆୟୋଜନ କରିଥାନ୍ତି।

ଜ୍ୟୋତିଷବିଦ୍ୟା ଅନୁସାରେ ଚଳିତ ବର୍ଷ ଆଶ୍ୱିନ ମାସର ଶୁକ୍ଳ ପକ୍ଷର ଦଶମୀ ତିଥି ୨୩ ଅକ୍ଟୋବର ସନ୍ଧ୍ୟା ୫:୪୪ ରେ ଆରମ୍ଭ ହୋଇଥିବା ବେଳେ ୨୪ ଅକ୍ଟୋବରରେ ଅପରାହ୍ନ ୩:୧୪ ରେ ଶେଷ ହେବ। ଉଦୟ ତିଥି ଅନୁଯାୟୀ, ଚଳିତ ବର୍ଷ ୨୪ ଅକ୍ଟୋବରକୁ ଦଶହରା ଭାବେ ପାଳନ କରାଯାଉଛି।

ଦଶହରାରେ ରାବଣ ବଦ୍ଧ:

ଏହିଦିନ ଭଗବାନ ଶ୍ରୀରାମ ରାବଣକୁ ମାରିଥିବାରୁ ବିଭିନ୍ନ ସ୍ଥାନରେ ଲୋକେ ରାବଣପୋଡିର ଆୟୋଜନ କରିଥାନ୍ତି। କୁହାଯାଏ ଯେ ରାବଣକୁ ପୋଡି ପ୍ରତ୍ୟେକ ବ୍ୟକ୍ତି ନିଜର ଅନ୍ତର୍ନିହିତ ଅହଂ ଏବଂ କ୍ରୋଧକୁ ବଳି ଦେଇଥାଆନ୍ତି। ଏହି ଦିନ ମା’ ଦୁର୍ଗାଙ୍କ ମୂର୍ତ୍ତିକୁ ମଧ୍ୟ ବିସର୍ଜନ କରାଯାଇଥାଏ। ବିଶ୍ୱାସ କରାଯାଏ ଯେ ରାବଣକୁ ହତ୍ୟା କରିବାର କିଛି ଦିନ ପୂର୍ବରୁ ଭଗବାନ ରାମ ଆଦି ଶକ୍ତି ମା’ ଦୁର୍ଗାଙ୍କୁ ଆରାଧନା କରିଥିଲେ ଏବଂ ଦେବୀଙ୍କ ଆଶୀର୍ବାଦ ପାଇବା ପରେ ସେ ଦଶମୀ ଦିନ ରାବଣକୁ ହତ୍ୟା କରିଥିଲେ। ଏହି ଦିନ ମା’ ଦୁର୍ଗା ମଧ୍ୟ ମହିଷାସୁରକୁ ହତ୍ୟା କରିଥିଲେ। ତେଣୁ ଏହାକୁ ବିଜୟାଦଶମୀ ଭାବରେ ପାଳନ କରାଯାଏ।


ସର୍ବସିଦ୍ଧିଦାୟକ ବିଜୟାଦଶମୀ:

ଜ୍ୟୋତିଷବିଦ୍ୟା ଅନୁସାରେ ବିଜୟାଦଶମୀ ହେଉଛି ସର୍ବସିଦ୍ଧିଦାୟକ। ବିଶ୍ୱାସ କରାଯାଏ ଯେ ଏହି ଦିନ ଆରମ୍ଭ ହୋଇଥିବା କୌଣସି କାର୍ଯ୍ୟ ଅସଫଳ ହୁଏ ନାହିଁ। ଏହି କାରଣରୁ ପ୍ରାଚୀନ କାଳରେ ରାଜାମାନେ ବିଜୟ ଇଚ୍ଛା ନେଇ ଏହି ଦିନ ଯୁଦ୍ଧ ପାଇଁ ଯାଉଥିଲେ।

ଏହି ଦିନ ଲୋକଙ୍କ ମନୋରଂଜନ ପାଇଁ ବିଭିନ୍ନ ସ୍ଥାନରେ ମେଳା ପଡେ, ରାମଲିଳା ଆୟୋଜିତ ହୁଏ ଏବଂ ରାବଣର ଏକ ବିରାଟ ପୁତଳିକା ତିଆରି କରାଯାଇ ବାଣ ଲଗେଇ ପୋଡାଯାଏ।

ଅସ୍ତ୍ରଶସ୍ତ୍ର ପୂଜା:

ଦଶହରା ଦିନ ଅସ୍ତ୍ରଶସ୍ତ୍ର ପୂଜା କରିବାର ପରମ୍ପରା ବହୁ ପୁରୁଣା। ନବରାତ୍ରୀର ନଅ ଦିନ ଦେବୀ ଦୁର୍ଗାଙ୍କୁ ପୂଜା କରିବା ପରେ ଦଶହରା ପର୍ବ ପାଳନ କରାଯାଏ। ମାତା ଦୁର୍ଗା ସକଳ ଶକ୍ତିର ପ୍ରତୀକ ହୋଇଥିବାରୁ ଏହିଦିନ ମା’ଙ୍କୁ ପୂଜା କରାଯାଏ।

ଭାରତର ରାଜାରାଜୁଡିଆ ଅମଳରେ ଅସ୍ତ୍ରଶସ୍ତ୍ର ପୂଜାକୁ ମହା ଆଡମ୍ବର ସହିତ ପାଳନ କରାଯାଉଥିଲା। ବର୍ତ୍ତମାନ ରାଜାରାଜୁଡିଆ ସମୟ ଆଉ ନାହିଁ ସତ କିନ୍ତୁ ପରମ୍ପରା ବଜାୟ ରହିଛି। ଏହି କାରଣରୁ ଆତ୍ମରକ୍ଷା ପାଇଁ ରଖାଯାଇଥିବା ଅସ୍ତ୍ରଶସ୍ତ୍ରକୁ ସଫାସୁତୁରା କରାଯାଇ ଏହି ଦିନ ପୂଜା କରାଯାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/KQZ3xEk
Dussehra 2023: ବିଜୟାଦଶମୀରେ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା Pramod Behera Dussehra 2023: ବିଜୟାଦଶମୀରେ କାହିଁକି କରାଯାଏ ଅସ୍ତ୍ରଶସ୍ତ୍ର ପୂଜା Pramod Behera Reviewed by SUBHENDU BARAL on October 23, 2023 Rating: 5

No comments:

Powered by Blogger.