Health Tips: ଚିକେନ୍-ମଟନ୍ ନୁହେଁ, ଏହି ୫ ଜିନିଷ ହାଡକୁ କରିବ ଲୁହା ପରି ମଜବୁତ Pramod Behera

ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ମଜବୁତ ହାଡ ରହିବା ଅତ୍ୟନ୍ତ ଜରୁରୀ। ଯଦି ଆପଣଙ୍କର ହାଡ ଶକ୍ତିଶାଳୀ ହୁଏ, ତେବେ ଆପଣ ଆପଣଙ୍କର ସମସ୍ତ କାମକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସହଜରେ କରିବାକୁ ସମର୍ଥ ହେବେ। ଯେତେବେଳେ ହାଡ ଦୁର୍ବଳ ହୋଇଯାଏ ଚାଲିବା, କାମ କରିବା ଆଦି କଷ୍ଟ ହୋଇପଡେ। ହାଡକୁ ସୁସ୍ଥ ରଖିବା ପାଇଁ ଭଲ ଖାଦ୍ୟ ଖାଇବା ଏବଂ ପାଣି ପିଇବା ଅତ୍ୟନ୍ତ ଜରୁରୀ।

ଆଜି ଆମେ ଆପଣଙ୍କୁ ଏପରି ୫ ଟି ଖାଦ୍ୟ ବିଷୟରେ କହିବୁ, ଯାହା ହାଡକୁ ମଜବୁତ କରିବାରେ ବହୁତ ସହାୟକ ହୋଇପାରେ। ଏହିସବୁ ଖାଦ୍ୟରୁ ଚିକେନ୍ ଏବଂ ମଟନ୍ ଅପେକ୍ଷା ଅଧିକ କ୍ୟାଲସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମିଳିପାରିବ। ଏହି ସବୁ ଖାଦ୍ୟ ଆପଣଙ୍କ ହାଡକୁ ଲୁହା ପରି ମଜବୁତ କରିଦେବ।

ଡ୍ରାଏଡ୍ ଫିଗ୍:

ହାଡକୁ ମଜବୁତ କରିବା ପାଇଁ ଡ୍ରାଏଡ୍ ଫିଗ୍ ଖୁବ୍ ପ୍ରଭାବଶାଳୀ। ହାର୍ଭାର୍ଡ ହେଲ୍‌ଥ୍ ରିପୋର୍ଟ ଅନୁଯାୟୀ, ଦୁଇଟି ଡ୍ରାଏଡ୍ ଫିଗ୍‌ରେ ପ୍ରାୟ ୬୫ ମିଗ୍ରା କ୍ୟାଲ୍‌ସିୟମ୍‌ ଥାଏ। ଏହାକୁ ଦଲିହା ସହିତ କିମ୍ବା ସ୍ମୁଦିରେ ମିଶେଇ ଖାଇପାରିବେ। ଏହାକୁ ପନିର ସହିତ କିମ୍ବା ପିଜା ଟପିଙ୍ଗ୍ ଭାବରେ ମଧ୍ୟ ଖାଇ ପାରିବେ। ଏହାକୁ ପାଣିରେ ଭିଜେଇ ଖାଇଲେ ଅନେକ ଲାଭ ମିଳିଥାଏ।

ଉଦ୍ଭିଦ କ୍ଷୀର:

ଉଦ୍ଭିଦ କ୍ଷୀର ଖାଇବା ମଧ୍ୟ ହାଡକୁ ମଜବୁତ୍ କରିଥାଏ। ବାଦାମ, ଚାଉଳ କିମ୍ବା ସୋୟାରୁ ପ୍ରସ୍ତୁତ କ୍ଷୀର ଅନେକ ପୌଷିକ ତତ୍ତ୍ୱ ଓ କ୍ୟାଲସିୟମରେ ଭରପୂର। ଏହା ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଭାବ ରୁହେ ନାହିଁ।

ଟୋଫୁ:

ଟୋଫୁ ସୋୟାବିନରୁ ତିଆରି ହୋଇଥାଏ। ଏହା କ୍ୟାଲସିୟମରେ ଭରପୂର। ଏହା କ୍ୟାଲସିୟମ ସହିତ ପ୍ରୋଟିନର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ମଧ୍ୟ। ପ୍ରୋଟିନ୍ ମାଂସପେଶୀ ବୃଦ୍ଧିରେ ସାହାଯ୍ୟ କରେ।

ବାଦାମ ଏବଂ ବାଦାମ ବଟର:

ଏହା ପୋଷକ ତତ୍ତ୍ୱରେ ଭରପୂର। ସାଧାରଣତଃ ଏହା ହାର୍ଟ ପାଇଁ ଖୁବ ଲାଭଦାୟକ। ଏହାସହିତ ଏହା ହାଡକୁ ମଧ୍ୟ ମଜବୁତ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ। ଅଧା କପ୍ ବାଦାମରେ ୧୯୦ ମିଗ୍ରା କ୍ୟାଲ୍‌ସିୟମ୍ ଥିବାବେଳେ ୨ ଚାମଚ ବାଦାମ ବଟରରେ ୧୧୧ ମିଗ୍ରା କ୍ୟାଲସିୟମ୍ ମିଳେ।

ଧଳା କେନ୍‌ଡ୍ ବିନ୍ସ:

ଏହା ହାଡ଼ର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ଗୋଟିଏ କପ୍ ଧଳା କେନଡ୍ ବିନ୍ସରେ ପ୍ରାୟ ୧୯୦ ମିଗ୍ରା କ୍ୟାଲସିୟମ୍ ଥାଏ। ଏହା ମଧ୍ୟ ପ୍ରୋଟିନର ଏକ ଉତ୍ତମ ଉତ୍ସ। ଆପଣ ଏହାକୁ ଖାଇ ସହଜରେ ଆପଣଙ୍କର ହାଡକୁ ମଜବୁତ କରିପାରିବେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/o6saGFH
Health Tips: ଚିକେନ୍-ମଟନ୍ ନୁହେଁ, ଏହି ୫ ଜିନିଷ ହାଡକୁ କରିବ ଲୁହା ପରି ମଜବୁତ Pramod Behera Health Tips: ଚିକେନ୍-ମଟନ୍ ନୁହେଁ, ଏହି ୫ ଜିନିଷ ହାଡକୁ କରିବ ଲୁହା ପରି ମଜବୁତ Pramod Behera Reviewed by SUBHENDU BARAL on September 20, 2023 Rating: 5

No comments:

Powered by Blogger.