ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି Kanak News

କନକ ବ୍ୟୁରୋ : ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ପ୍ରଥମ ଚିତ୍ର ପଠାଇଛି ବିକ୍ରମ ଲ୍ୟାଣ୍ଡର । ଯେଉଁ ସ୍ଥାନରେ ବିକ୍ରମ ଅବତରଣ କରିଛି, ସେହି ସ୍ଥାନର ଫଟୋ ଚିତ୍ର ଆସିଛି । ଏହି ଫଟୋକୁ ଟ୍ୱିଟ୍ କରିଛି ଭାରତୀୟ ମହାକାଣ ଗବେଷଣା ସଂସ୍ଥା-ଇସ୍ରୋ । ବିକ୍ରମ ଲ୍ୟାଣ୍ଡର ସେହି ସ୍ଥାନରେ ଅବତରଣ କରିଛି ଯେଉଁ ସ୍ଥାନ ଅପେକ୍ଷାକୃତ ସମତଳ ରହିଛି । ଅର୍ଥାତ୍ ଏହିଭଳି ଏକ ନିରାପଦ ସ୍ଥାନକୁ ଅବତରଣ ପାଇଁ ଚିହ୍ନଟ କରିଥିଲା ଲ୍ୟାଣ୍ଡର । ଏହି ଫଟୋରେ ଲ୍ୟାଣ୍ଡରର କିଛି ଅଂଶ ମଧ୍ୟ ଦେଖିବାକୁ ମିଳିଛି ।

ଏପଟେ ଜହ୍ନରେ ଅବତରଣ କରି ଭାରତ ପାଲଟି ଯାଇଛି ବିଶ୍ୱର ଚତୁର୍ଥ ଦେଶ । ଚନ୍ଦ୍ରର ସାଉଥ୍ ପୋଲରେ ପହଞ୍ଚିବାରେ ଭାରତ ହେଉଛି ପ୍ରଥମ ଦେଶ । ଯାହା ଆମେରିକା, ରୁଷିଆ ଓ ଚୀନ କରିପାରିନଥିଲା, ତାହା କରି ଦେଖାଇଛି ଭାରତ । ଚନ୍ଦ୍ରରେ ଚନ୍ଦ୍ରଯାନର ସୂକ୍ଷ୍ମ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା। ନିକଟରେ ରୁଷ୍‌ର ମହକାଶଯାନ ଲୁନା-୨୫ ଏଥିରେ ବିଫଳ ହୋଇ ଦୁର୍ଘଟଣାର ଶିକାର ହୋଇଥିବାରୁ ଆଜିର ଅବତରଣ ପ୍ରକ୍ରିୟା ଆହ୍ବାନପୂର୍ଣ୍ଣ ଥିଲା। ତେବେ ଚନ୍ଦ୍ରଯାନର ସଫଳ ଅବତରଣ ପରେ ଇସ୍ରୋର କମାଣ୍ଡ୍‌ ସେଣ୍ଟର ତାଳିମାଡ଼ରେ କମ୍ପି ଉଠିଥିଲା। ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଥିଲା। ଅବତରଣ ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୧୭ ମିନିଟ୍‌ ସମସ୍ତଙ୍କ ହୃଦ୍‌ସ୍ପନ୍ଦନ ବଢ଼ାଇ ଦେଇଥିଲା । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଥିଲା ଏବଂ ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ରଚିବାକୁ ସକ୍ଷମ ହେଲା।

ସନ୍ଧ୍ୟା ଠିକ୍‌ ୬ଟା ୪ ମିନିଟ୍‌ରେ ସଫଳ ଅବତରଣ ପରେ ଇସ୍ରୋ ଦେଶବାସୀଙ୍କୁ ମିସନ ସଫଳତାର ଅଭିନନ୍ଦନ ଜଣାଇଥିଲା। ଇସ୍ରୋ ପକ୍ଷରୁ ଏକ୍ସ(ଟ୍ବିଟ୍‌ର)ରେ କୁହାଯାଇଥିଲା ‘ଚନ୍ଦ୍ରଯାନ-୩ ମିସନ: ଭାରତ, ମୁଁ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମଧ୍ୟ! ଅଭିନନ୍ଦନ ଭାରତ!’। ଏହି ଐତିହାସିକ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ସନ୍ଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିଲା ଏବଂ ଚନ୍ଦ୍ରରେ ଅବତରଣ ସହିତ ଏହାର ପ୍ରରିସମାପ୍ତି ହୋଇଥିଲା। ଅବତରଣର ପ୍ରତ୍ୟେକଟି ସଫଳ ପର୍ଯ୍ୟାୟ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଦେଉଥିଲା ଏବଂ ଚନ୍ଦ୍ରଯାନ ଚନ୍ଦ୍ରରେ ପାଦ ଥାପିବା ପରେ କମାଣ୍ଡ୍‌ ସେଣ୍ଟରରେ ଉତ୍ସବ ଆରମ୍ଭ ହୋଇଯାଇଥିଲା।

ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ସିଧାପ୍ରସାରଣରେ ଯୋଡ଼ି ହୋଇଥିଲେ ଏବଂ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହା ନୂଆ ଭାରତର ନୂଆ ଉଡ଼ାଣ । ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ଲେଖିଛି ଏବଂ ଏହା ବିକଶିତ ଭାରତର ଶଙ୍ଖନାଦ । ମିସନର ସଫଳତା ସଂପର୍କରେ ସୂଚନା ଦେଇ ପ୍ରକଳ୍ପ ନିର୍ଦ୍ଦେଶ ପି ବୀରାମୁଥୁଭେଲ କହିଛନ୍ତି ଯେ ଲ୍ୟାଣ୍ଡର ଅବତରଣର ସବୁ ପର୍ଯ୍ୟାୟକୁ ସଫଳତାର ସହ ସଂପାଦନ କରିଛି । ଇସ୍ରୋ ଅଧ୍ୟକ୍ଷ ଏସ୍‌ ସୋମନାଥ ମିସନର ସଫଳତା ପାଇଁ ୧୪୦ କୋଟି ଭାରତୀୟଙ୍କ ସଦିଚ୍ଛା, ଭଲପାଇବା ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

The post ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି first appeared on Kanak News.



from Kanak News https://ift.tt/YW8LAjs https://ift.tt/HJqr1o6
ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି Kanak News ଅବତରଣ ପରେ ଜହ୍ନର ପ୍ରଥମ ଫଟୋ ପଠାଇଲା ବିକ୍ରମ ଲ୍ୟାଣ୍ଡର : ଚିତ୍ରରୁ ହେଉଛି ସ୍ପଷ୍ଟ, କେମିତି ରହିଛି ଚନ୍ଦ୍ରପୃଷ୍ଠର ସ୍ଥିତି Kanak News Reviewed by SUBHENDU BARAL on August 23, 2023 Rating: 5

No comments:

Powered by Blogger.