କନକ ବ୍ୟୁରୋ : ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣାରେ ଏତଲା ଦେଲେ ଭିମସାର କର୍ତ୍ତୃପକ୍ଷ । ଆଜିଠାରୁ ପୋଲିସ ଘଟଣାର ତଦନ୍ତ କରିବ । ଭାଇରାଲ ଭିଡିଓ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇବ । ଏହା ପରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତକାଲି ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ର ଓ ବୁର୍ଲା ମେଡିକାଲ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।
ଏଥିରେ ବ୍ରହ୍ମପୁର ଏମକେସିଜି ମେଡିକାଲର ୫ ଛାତ୍ର ଆହତ ହୋଇଛନ୍ତି । ବୁର୍ଲା ମେଡିକାଲ କଲେଜ ସାମ୍ନାରେ ଏଭଳି ଘଟଣା ଘଟିଥିଲା । ବୁର୍ଲା ମେଡିକାଲରେ ଆୟୋଜିତ ହେବାକୁ ଥିବା ‘ୟୁଫୋରିଆ’ରେ ବ୍ରହ୍ମପୁର ଛାତ୍ର ଭାଗ ନେବାକୁ ଆସିଥିବାବେଳେ ଏଭଳି ଗଣ୍ଡଗୋଳ ହୋଇଥିଲା । ଭୀମସାରରେ ଆସନ୍ତା ୭ ତାରିଖରୁ ଆନ୍ତଃ ମେଡିକାଲ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ୟୁଫୋରିଆ ଆୟୋଜିତ ହେଉଛି । ଏହା ୧୦ ତାରିଖ ଯାଏଁ ଚାଲିବ । ଏଥିରେ ଭାଗନେବା ପାଇଁ ପ୍ରଥମ ବ୍ୟାଚ ଭାବେ ବ୍ରହ୍ମପୁର ବଡ ମେଡିକାଲର ଛାତ୍ର ପହଞ୍ଚିଥିଲେ ।
ବ୍ରହ୍ମପୁର ମେଡିକାଲ କଲେଜ ଛାତ୍ରଙ୍କୁ ସ୍ୱାଗତ କରିଥିଲେ ବୁର୍ଲା ମେଡିକାଲର ଛାତ୍ର । ଏପରିକି ଅଗ୍ନିନିର୍ବାପକ ଯନ୍ତ୍ର ବାହାର କରି ମୁହଁରେ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ଏହା ପରେ ବୁର୍ଲା ମେଡିକାଲ ଛାତ୍ର, ଏମକେସିଜି ଛାତ୍ରଙ୍କ ବସ ଭାଙ୍ଗିବା ସହ ପଥର ମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି । ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।
The post ଡାକ୍ତରୀ ଛାତ୍ରଙ୍କ ଖଣ୍ଡଯୁଦ୍ଧ ଘଟଣାରେ ଏତଲା ଦେଲେ ଭିମସାର କର୍ତ୍ତୃପକ୍ଷ : ଭାଇରାଲ ଭିଡିଓ ଆଧାରରେ ଆଜିଠୁ ତଦନ୍ତ କରିବ ପୋଲିସ first appeared on Kanak News.
from Kanak News https://ift.tt/wdTZXSx https://ift.tt/ShWRNCU
No comments: