ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌ Sarbeswar Mohapatra

ଭୁବନେଶ୍ୱର: ପୁଣି ଧୀରେ ଧୀରେ ବଢିବାରେ ଲାଗିଛି କରୋନା। କ୍ରମାଗତ ଭାବରେ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ଯେ ବଢୁଛି ତାହା ନୁହେଁ ବରଂ ଚିନ୍ତା ବି ବଢାଉଛି। ସରକାରଙ୍କ ପକ୍ଷରୁ କରୋନାକୁ ନେଇ ଏବେ ବି କଟକଣା ଜାରି ହୋଇଥିବା ବେଳେ ତାହାର ସଠିକ ଭାବରେ ଅନୁପାଳନ କରୁନାହାନ୍ତି ଲୋକେ। ଯାହାଦ୍ୱାରା ପୁଣି ଥରେ ଲକଡାଉନ ଓ ସଟଡାଉନ ହେବା ନେଇ ଆରମ୍ଭ ହେଉଛି ଚର୍ଚ୍ଚା। ରାଜ୍ୟରୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଲାଣି।

ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି। ତେବେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ବି ଲୋକେ ଆଗଭଳି ଆଉ ସତର୍କ ଓ ସଜାଗ ରହୁନଥିବା ଦେଖାଯାଉଛି। ଆଉ କରୋନାକୁ ରୋକିବାକୁ  ଆଗାମୀ ଦିନରେ କଟକଣାକୁ ପୂରା ଗୁରୁତ୍ୱ ଦିଆଯିବ ବୋଲି କମିଶନରେଟ୍ ପୋଲିସ କହିବା ପରେ ପୁଣି ଥରେ କରୋନା କଟକଣା ମାନିବାକୁ ମାନସିକ ଭାବରେ ପ୍ରସ୍ତୁତ ହେଉଛନ୍ତି ଲୋକ।

ରାଜ୍ୟରେ ଧୀରେ ଧୀରେ କରୋନା କମିବା ପରେ ଆଉ କଟକଣାକୁ ମାନୁନାହାନ୍ତି ଲୋକେ। ବିଭିନ୍ନ ସହରରେ ଲୋକମାନେ କରୋନା କଟକଣାର ଧଜିଆ ଉଡାଉଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମାଜିକ ଦୂରତା ହେଉ କି ମାସ୍କ ପିନ୍ଧିବା କେଉଁ ଗୋଟିଏ ବି ଠିକରେ ପାଳନ ହେଉନି। ଏଣେ ମହାମାରୀର ଭୟ ସମ୍ପୂର୍ଣ୍ଣ ଦୂର ହୋଇନଥିଲେ ବି ଲୋକଙ୍କର ଏ ବେପରୁଆ ମନୋଭାବ ପୁଣି ବଢାଇ ଦେଇଛି ସଂକ୍ରମଣର ଆଶଙ୍କା।

ତେବେ ଏବେବି ସମୟ ଅଛି, ଯଦି ଆମେ ମାନେ ସଠିକ ଭାବରେ କଟକଣାକୁ ନମାନିବା ତେବେ ପୁଣି ଥରେ ଅଣଆୟତ୍ତ ହୋଇପାରେ କରୋନା। ଗତକାଲିର ପଜିଟିଭ୍ ସଂଖ୍ୟା ଗଲା ୨୨ ଦିନ ଭିତରେ ସବୁଠୁ ଅଧିକ ହୋଇଥିବାରୁ ଚିନ୍ତା ବଢ଼ିଛି। ଏଭଳି ସ୍ଥିତିରେ କରୋନା ପ୍ରତିହତ ପାଇଁ ରାଜ୍ୟବାସୀଙ୍କୁ ଅଧିକ ସତର୍କ ହେବାକୁ ବିଶେଷଜ୍ଞ ପରାମର୍ଶ ବି ଦେଇଛନ୍ତି।

ରାଜ୍ୟର ଗତ ୫ ଦିନର କରୋନା ତଥ୍ୟ ଉପରେ ନଜର ପକାଇଲେ ଦେଖିବେ ଯେ,  ରାଜ୍ୟରେ ଦୈନିକ ହାରାହାରି ୬୩ ଜଣ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଏଣେ ଭ୍ୟାକ୍ସିନ୍ ସମସ୍ତଙ୍କ ନିକଟରେ ପହଞ୍ଚି ନଥିବାରୁ ନୂଆ ଷ୍ଟ୍ରେନ୍ ଆସିବା ପୂର୍ବରୁ କେବଳ ସତର୍କତା ହିଁ ଜରୁରୀ ହୋଇପଡ଼ିଛି। ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ସହ କଟକଣାକୁ ମାନିରେ ମହାମାରୀରୁ ଆମେ ରକ୍ଷା ପାଇବା ବୋଲି ବିଶେଷଜ୍ଞ କହିଛନ୍ତି।

The post ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌ appeared first on OTV Khabar..



from OTV Khabar. https://ift.tt/3uqXTJd
ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌ Sarbeswar Mohapatra ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌ Sarbeswar Mohapatra Reviewed by SUBHENDU BARAL on February 20, 2021 Rating: 5

No comments:

Powered by Blogger.