କନକ ବ୍ୟୁରୋ : ଆଜିଠାରୁ ଧବଳେଶ୍ୱରକୁ ଖୋଲିବ କଂକ୍ରିଟ୍ ସେତୁ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ୱର ପୀଠକୁ ଯାତାୟତ ପାଇଁ ଏହି କଂକ୍ରିଟ ସେତୁ ଖୋଲୁଛି । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା ।
ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ । ହେଲେ ମହାନଦୀର ଜଳସ୍ତର ବୃଦ୍ଧି ସହ ଅସ୍ଥାୟୀ ରାସ୍ତା ଧୋଇଯିବାରୁ ଧବଳେଶ୍ୱର ପୀଠକୁ ଯାତାୟତ ବନ୍ଦ ରହିଥିଲା । ଏବେ କଂକ୍ରିଟ୍ ସେତୁ ଦେଇ ଧବଳେଶ୍ୱର ପୀଠକୁ ଯିବେ ଶ୍ରଦ୍ଧାଳୁ । ସେତୁରେ ରଙ୍ଗ ଲଗାଯିବା ସହ ଆପ୍ରୋଚ ରୋଡ୍ ଉଭୟ ପାଶ୍ୱର୍ରେ ସୁରକ୍ଷା ବାଡ ମଧ୍ୟ ନିର୍ମାଣ କରାଯାଇଛି । ଆସନ୍ତା ୧୦ ତାରିଖ ଶ୍ରାବଣର ପ୍ରଥମ ସୋମବାର ପଡୁଛି । ଫଳରେ କାଉଡିଆମାନେ ଏହି କଂକ୍ରିଟ୍ ସେତୁରେ ବିନା ସମସ୍ୟାରେ ଧବଳେଶ୍ୱରଙ୍କ ପୀଠକୁ ଯାଇପାରିବେ ।
The post ଆଜିଠୁ ଧବଳେଶ୍ୱରକୁ କଂକ୍ରିଟ୍ ସେତୁ : ଶ୍ରଦ୍ଧାଳୁଙ୍କ ଯିବା ଆସିବା ପାଇଁ ଲାଗି ରହିଥିବା ସମସ୍ୟାର ହେବ ସମାଧାନ first appeared on Kanak News.
from Kanak News https://ift.tt/VncabCr https://ift.tt/1037zhy
No comments: