ମାଟ୍ରିକ ପରୀକ୍ଷା : D ସେଟର ସବୁ ଖାତା ମାନୁଆଲି ଦେଖାଯିବ କହିଲେ ମନ୍ତ୍ରୀ

ଭୁବନେଶ୍ୱର ୨୮/୨ : ମାଟ୍ରିକ ପରୀକ୍ଷାରେ ତ୍ରୁଟିକୁ ସ୍ୱୀକାର କଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାଟ୍ୟନା ପାତ୍ର |
OMR ସିଟର D ସେଟରେ D ପ୍ରିଣ୍ଟ ହୋଇନଥିବା ମାନିଛନ୍ତି ମନ୍ତ୍ରୀ | D ସେଟର ସବୁ ଖାତା ସେଥିପାଇଁ ମାନୁଆଲି ଦେଖାଯିବ ବୋଲି କହିଛନ୍ତି ମନ୍ତ୍ରୀ | ଆସନ୍ତାବର୍ଷଠାରୁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିବ ବୋଲି ମଧ୍ୟ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି |


ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ୨୨ ତାରିଖରୁ ଆରମ୍ଭ ହୋଇଥିଲା | ପ୍ରଥମ ଦିନରୁ ହିଁ ପ୍ରଶ୍ନ ପତ୍ର ଭାଇରାଲ ହେବା ଆରମ୍ଭ ହୋଇଥିଲା | ଏ ବାବଦରେ ୫ ଜଣଙ୍କୁ ଗିରଫ କରାଯିବବେଳେ ୧୧ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା | ମାଟ୍ରିକ ପରୀକ୍ଷାକୁ ତ୍ରିସ୍ଥରୀୟ ସୁରକ୍ଷା ମଧ୍ୟରେ କରାଯିବ ବୋଲି ଆଗରୁ ବୋର୍ଡ ସମସ୍ତ ବ୍ୟବସ୍ଥା କରିଥିଲା | ଏହା ସତ୍ୱେ ପ୍ରଶ୍ନ ପତ୍ର ଭାଇରାଲ, ପରୀକ୍ଷାରେ ବ୍ୟାପକ କପି ଏବଂ ପ୍ରଶ୍ନ ପତ୍ରରେ ଛାପା ତ୍ରୁଟି ମାଟ୍ରିକ ପରୀକ୍ଷାର ପ୍ରସ୍ତୁତି ନେଇ ପ୍ରଶ୍ନ ସୃଷ୍ଟି କରିଥିଲା |



from News7 https://ift.tt/2Edo24A
ମାଟ୍ରିକ ପରୀକ୍ଷା : D ସେଟର ସବୁ ଖାତା ମାନୁଆଲି ଦେଖାଯିବ କହିଲେ ମନ୍ତ୍ରୀ ମାଟ୍ରିକ ପରୀକ୍ଷା : D ସେଟର ସବୁ ଖାତା ମାନୁଆଲି ଦେଖାଯିବ କହିଲେ ମନ୍ତ୍ରୀ Reviewed by SUBHENDU BARAL on February 28, 2019 Rating: 5

No comments:

Powered by Blogger.