ଚଳନ୍ତା ଟ୍ରେନ୍‌ ବାହାରେ ଝୁଲିକି ରହିଲା ଚୋର, ୧୦ କି.ମି. ଯିବା ପରେ... Rajalaxmi Sahoo

ଚଳନ୍ତା ଟ୍ରେନ୍‌ରେ ଝୁଲିକି ରହିଲେ ଯୁବକ। ପ୍ରାୟ ୧୦ କିଲୋମିଟର ଯାଏ ଝୁଲି ରହିବା ପରେ ଯୁବକ ଜଣକ ଟ୍ରେନ୍‌ରୁ ଓହ୍ଲାଇ ଥିଲେ। ଏହା ଶୁଣିଲା ପରେ, ଦେହ ଥରି ଯାଉଥିବ। କିନ୍ତୁ ଏଭଳି କିଛି ଘଟଣା ବିହାର ବେଗୁସରାଇରେ ଦେଖିବାକୁ ମିଳିଛି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। 

ଯୁବକ ଜଣକ ଟ୍ରେନ୍‌ର ବାହାର ଝରକା ପଟେ ଝୁଲି ରହିଥିବା ବେଳେ, ତାଙ୍କର ଦୁଇ ହାତକୁ ଝରକା ବାଟେ ଅନ୍ୟ କିଛି ଯାତ୍ରୀ ଧରିକି ରଖିଥିଲେ। ଏହି ସମୟରେ ସମ୍ପୃକ୍ତ ଯୁବକ ନେହୁରା ହୋଇ କହୁଥିଲେ, ‘ହାତ ମୋର ଭାଙ୍ଗି ଯିବ, ଧିରେ ଧରନ୍ତୁ...’। ଯାହା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

ଅଭିଯୋଗ ଅନୁସାରେ, ବିହାରର ବେଗୁସରାଇରୁ ଯାଉଥିବା ଟ୍ରେନ୍‌ରୁ ଉକ୍ତ ଯୁବକ ଯାତ୍ରୀଙ୍କ ଠାରୁ ମୋବାଇଲ୍ ଚୋରି କରିବାକୁ ଚେଷ୍ଟା କରୁଥିଲେ। ଝରକା ପାଖ ସିଟ୍‌ରେ ବସିଥିବା ଜଣେ ଜଣେ ମହିଳା ଯାତ୍ରୀଙ୍କ ପାଖରୁ ଯୁବକ ଜଣକ ମୋବାଇଲ୍ ଝାମ୍ପି ନେଇ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଏହି ସମୟରେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ଦେଇଥିଲେ। ଠିକ୍ ସେହି ସମୟରେ ଟ୍ରେନ୍ ଷ୍ଟେସନ୍‌ରୁ ଛାଡ଼ି ଦେଇଥିଲା।

କୌଣସି ଅଘଟଣ ଘଟିବା ଆଶଙ୍କାରେ ଲୋକେ ଯୁବକଙ୍କ ହାତକୁ ସେମିତି ଜାବୁଡ଼ି ଧରିଥିଲେ। ପ୍ରାୟ ୧୦ କିଲୋମିଟର ଯିବା ପରେ ଷ୍ଟେସନ୍‌ରେ ଟ୍ରେନ୍‌ ଅଟକି ଥିଲା। ଯେଉଁଠି ଯୁବକଙ୍କୁ ଛାଡ଼ିଥିଲେ ଲୋକେ। ତେବେ ଏହି ଘଟଣାରେ ପୋଲିସ୍ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ଏବେ ଯାଏ କୌଣସି ସୂଚନା ମିଳିପାରିନି।



from Latest Odisha News, Breaking News Today | Top Updates on Corona - OTV News https://ift.tt/kED24Oi
ଚଳନ୍ତା ଟ୍ରେନ୍‌ ବାହାରେ ଝୁଲିକି ରହିଲା ଚୋର, ୧୦ କି.ମି. ଯିବା ପରେ... Rajalaxmi Sahoo ଚଳନ୍ତା ଟ୍ରେନ୍‌ ବାହାରେ ଝୁଲିକି ରହିଲା ଚୋର, ୧୦ କି.ମି. ଯିବା ପରେ... Rajalaxmi Sahoo Reviewed by SUBHENDU BARAL on September 15, 2022 Rating: 5

No comments:

Powered by Blogger.