ଆକାଶରେ କମାଲ ଦେଖାଇଲା ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ’ : କୂଆଖାଇ ପଠାରେ ଏରୋବେଟିକ୍ ଟିମର ଆକାଶ ମାର୍ଗରେ ସାହାସିକ ପ୍ରଦର୍ଶନ Kanak News

କନକ ବ୍ୟୁରୋ : ଭୁବନେଶ୍ୱରରେ ସୂର୍ଯ୍ୟକିରଣ ଶୋ’ । ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ଦେଖାଉଛନ୍ତି ବାୟୁବୀର । ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସନା ପକ୍ଷରୁ ହେଉଛି ଏହି ସୂର୍ଯ୍ୟ କିରଣ ଶୋ’ । କର୍ଣ୍ଣାଟକରୁ ଆସିଥିବା ୯ଟି ହକ୍ ବିମାନରେ ଚିତାକର୍ଷକ ଶୋ’ ପ୍ରଦର୍ଶନ କରାଯାଉଛି । ଲିଡ୍ ନେଉଛନ୍ତି ଗ୍ରୁପ୍ କ୍ୟାପଟେନ୍ ଜି. ଏସ୍ ଝେଲନ୍ । ସକାଳ ୧୦ଟାରୁ ଆରମ୍ଭ ହୋଇଛି ଏହି ଶୋ’ । ବଲିଯାତ୍ରା ପଡିଆ ଓ ଆଖପାଖରେ ଲାଗିଛି ଲୋକଙ୍କ ଭିଡ । ଏୟାର ଶୋ’ ସ୍ଥଳରେ ପହଞ୍ଚିଥିଲେ ରାଜ୍ୟପାଳ ଗଣେଷୀ ଲାଲ୍ । ଏୟାର ଶୋ ପାଇଁ ଘଟଣା ସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଓଡ୍ରାଫ୍ ଟିମ୍ ସହ ୪୫ ସେକ୍ସନ୍ ଫୋର୍ସ ମୁତୟନ ରହିଛି ।
The post ଆକାଶରେ କମାଲ ଦେଖାଇଲା ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ’ : କୂଆଖାଇ ପଠାରେ ଏରୋବେଟିକ୍ ଟିମର ଆକାଶ ମାର୍ଗରେ ସାହାସିକ ପ୍ରଦର୍ଶନ first appeared on Kanak News.
from Kanak News https://ift.tt/SBewjA5 https://ift.tt/FUxcj8o
ଆକାଶରେ କମାଲ ଦେଖାଇଲା ବାୟୁବୀରଙ୍କ ସୂର୍ଯ୍ୟକିରଣ ଶୋ’ : କୂଆଖାଇ ପଠାରେ ଏରୋବେଟିକ୍ ଟିମର ଆକାଶ ମାର୍ଗରେ ସାହାସିକ ପ୍ରଦର୍ଶନ Kanak News
Reviewed by SUBHENDU BARAL
on
September 15, 2022
Rating:
No comments: