
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଥିବା କାକୁଡିଖାଇ ମନ୍ଦିରର ରହିଛି ଅନେକ ବିଶେଷତ୍ୱ । ଶାରଦୀୟ ଦୁର୍ଗାପୂଜା ସମୟରେ ଦେବୀ ବିମଳାଙ୍କ ପ୍ରତିନିଧି ଭାବେ ଗଢା ହୋଇ ପୂଜା ପାଆନ୍ତି କାକୁଡିଖାଇ ଠାକୁରାଣୀ । ଶ୍ରୀମନ୍ଦିରର ଦକ୍ଷିଣ ପୂର୍ବ କୋଣା ମେଘନାଦ ପାଚେରୀ ସମ୍ମୁଖ ଭାଗରେ ଥିବା ବଣିଆପଟି ନିକଟରେ ରହିଛି ମା’ କାକୁଡିଖାଇ ଠାକୁରାଣୀଙ୍କ ମନ୍ଦିର । ଏମାର ମଠ କାନ୍ଥକୁ ଲାଗି ଦୁର୍ଗା ମନ୍ଦିର ରହିଛି । ସେହି ମନ୍ଦିର ଦେବୀ କାକୁଡି ଖାଇ ନାମରେ ପରିଚିତ । ଅନେକ ତାଙ୍କୁ ବିମଳେଇ ମଧ୍ୟ କହନ୍ତି । ଦେବୀଙ୍କ ଉଭୟ ପାର୍ଶ୍ୱରେ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ ଓ କାର୍ତ୍ତିକେୟ ରହିଥାନ୍ତି ।
The post ଶ୍ରୀମନ୍ଦିର କାକୁଡିଖାଇ ମନ୍ଦିରରେ ଭକ୍ତଙ୍କ ଭିଡ : ସକାଳୁ ସକାଳୁ ମା’ଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା first appeared on Kanak News.
from Kanak News https://ift.tt/WLd9XKg https://ift.tt/vHmpY6q
ଶ୍ରୀମନ୍ଦିର କାକୁଡିଖାଇ ମନ୍ଦିରରେ ଭକ୍ତଙ୍କ ଭିଡ : ସକାଳୁ ସକାଳୁ ମା’ଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା Kanak News
Reviewed by SUBHENDU BARAL
on
September 15, 2022
Rating:
No comments: