ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ Rajalaxmi Sahoo

ମାଛ ବଦଳରେ ବନିଶୀ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ। ଯାଜପୁର ଜିଲ୍ଲା ବରୀ ବ୍ଲକ୍‌ ଅନ୍ତର୍ଗତ ରମ୍ପା ଗାଁରେ ଗତକାଲି ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ମାଛ ଧରିବା ପାଇଁ ଗାଁ ନିକଟସ୍ଥ ପଗିଡିିଆ ନଦୀରେ କୁନା ମଲ୍ଲିକ ବନିଶୀ କଣ୍ଟା ପକାଇଥିଲେ। ଯେତେବେଳେ ସେ ମାଛ ଧରିବା ପାଇଁ ଯାଇଥିଲେ ମାଛ ବଦଳରେ ବନିଶୀ କଣ୍ଟାରେ ଏକ କୁମ୍ଭୀର ଛୁଆ ଲାଗିଥିବା ଦେଖିବାକୁ ମିଳିଥିଲା। 

ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୁନା କୁମ୍ଭୀର ଛୁଆକୁ ଉଦ୍ଧାର କରିବା ସହ ଏସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଯାଜପୁର ରୋଡ୍‌  ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ପାଟିରୁ କଣ୍ଟା କାଢ଼ିବା ସହ ତାକୁ ଦଶରଥପୁର କଁୟାଗୋଲା ସେତୁ ନିକଟରେ କାଣୀ ନଦୀରେ ଛାଡ଼ିଥିଲେ। ତେବେ କୁମ୍ଭୀର ଛୁଆକୁ ଦେଖିବା ଲାଗି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। 

 



from Latest Odisha News, Breaking News Today | Top Updates on Corona - OTV News https://ift.tt/PVQBCpn
ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ Rajalaxmi Sahoo ମାଛ ପାଇଁ ବନିଶୀ କଣ୍ଟା ପକାଇଥିଲେ, ହେଲେ କଣ୍ଟାରେ ଲାଗିଲା କୁମ୍ଭୀର ଛୁଆ Rajalaxmi Sahoo Reviewed by SUBHENDU BARAL on September 13, 2022 Rating: 5

No comments:

Powered by Blogger.