ହାତୀ ବାହାନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି Pramod Behera

ଚଳିତ ବର୍ଷ ଶାରଦୀୟ ନବରାତ୍ରୀ ସେପ୍ଟେମ୍ବର ୨୬ ସୋମବାରରୁ ଆରମ୍ଭ ହେବାକୁ ଯାଉଛି। ଏଥର ମା’ ଦୁର୍ଗା ଏକ ହାତୀ ବାହାନରେ ଆସିବେ, ଯାହା ସୁଖ ଏବଂ ସମୃଦ୍ଧିକୁ ବଢେଇବ ବୋଲି ପ୍ରମାଣିତ ହେବ। ଏଥର ନବରାତ୍ରୀ ଅନେକ ଶୁଭ ସମନ୍ୱୟରେ ଅଥିବା ଗଣନା କରାଯାଇଛି। ନବରାତ୍ରୀର ଆରମ୍ଭ ସିଦ୍ଧି ଯୋଗରେ ଆରମ୍ଭ ହେବାକୁ ଯାଉଛି।

ଏହି ଯୋଗ ଇଚ୍ଛା ଏବଂ କାର୍ଯ୍ୟକୁ ପୂରଣ କରେ ବୋଲି ବିବେଚନା କରାଯାଏ। ଏହି ଯୋଗରେ କରାଯାଇଥିବା କାମ ସଫଳ ହୁଏ। ଚଳିତ ବର୍ଷ ନବରାତ୍ରୀର ୯ ଦିନରେ ଅନେକ ଶୁଭ ସଂଯୋଗ ରହିଛି। ସେପ୍ଟେମ୍ବର ୨୬ରେ ନବରାତ୍ରୀ ସର୍ବାର୍ଥ ସିଦ୍ଧି ଯୋଗ ଏବଂ ଅମୃତ ସିଦ୍ଧି ଯୋଗରେ ଆରମ୍ଭ ହେବ। ନବରାତ୍ରୀର ପଞ୍ଚମ ଦିନରେ ଅର୍ଥାତ୍ ସେପ୍ଟେମ୍ବର ୩୦ ଏବଂ ସପ୍ତମ ଦିନ ଅର୍ଥାତ୍ ଅକ୍ଟୋବର ୨ରେ ସର୍ବାର୍ଥ ସିଦ୍ଧି ଯୋଗ ରହିଛି।

ନବରାତ୍ରୀର ଚତୁର୍ଥ ଦିନରେ, ଷଷ୍ଠ ଦିନରେ ଏବଂ ଅଷ୍ଟମ ଦିନରେ ରବି ଯୋଗ ରହିଛି। ରବି ଯୋଗ ସଂକଟକୁ ଦୂର କରି ଶୁଭ ଏବଂ ସଫଳତା ପ୍ରଦାନ କରିବାକୁ ବିବେଚନା କରାଯାଏ। ସର୍ବାର୍ଥ ସିଦ୍ଧି ଯୋଗ ଏବଂ ରବି ଯୋଗରେ ମା’ ଦୁର୍ଗାଙ୍କୁ ପୂଜା କରିବାରେ ବିଶେଷ ଫଳ ମିଳିଥାଏ।

ନବରାତ୍ରୀରେ ଦୁର୍ଗା ପୂଜାର ମହତ୍ୱ:

ପୌରଣିକ କାହାଣୀ ଅନୁଯାୟୀ ଲଙ୍କା ଉପରେ ବିଜୟ ପ୍ରାପ୍ତ ପାଇଁ ଭଗବାନ ଶ୍ରୀରାମ ୯ଦିନ ମା’ ଦୁର୍ଗାଙ୍କୁ ପୂଜା କରିଥିଲେ। ମା’ ଦୁର୍ଗାଙ୍କ ଆଶୀର୍ବାଦରେ ଭଗବାନ ରାମ ଦଶମ ଦିନରେ ରାବଣକୁ ହତ୍ୟା କରି ଲଙ୍କାକୁ ଜୟ କରିଥିଲେ। ଏହି କାରଣରୁ ବିଶ୍ୱାସ କରାଯାଏ ଯେ ଶାରଦୀୟ ନବରାତ୍ରୀ ସମୟରେ ଯିଏ ମା’ ଦୁର୍ଗାଙ୍କୁ ବିଧିବଦ୍ଧ ଭାବେ ପୂଜା କରେ, ସେ ନିଜ କାର୍ଯ୍ୟରେ ସଫଳତା ପାଇଥାଏ।

ଶାରଦୀୟ ନବରାତ୍ରୀର ନଅ ଦିନ:

  • ନବରାତ୍ରୀ ପ୍ରଥମ ଦିନ: ୨୬ ସେପ୍ଟେମ୍ବର, ମା ଶୈଳପୁତ୍ରୀ ପୂଜା
  • ନବରାତ୍ରୀ ଦ୍ୱିତୀୟ ଦିନ: ୨୭ ସେପ୍ଟେମ୍ବର, ମା ବ୍ରହ୍ମଚାରିଣୀ ପୂଜା
  • ନବରାତ୍ରୀ ତୃତୀୟ ଦିନ: ୨୮ ସେପ୍ଟେମ୍ବର, ମା ଚନ୍ଦ୍ରଘଣ୍ଟା ପୂଜା
  • ନବରାତ୍ରୀ ଚତୁର୍ଥ ଦିନ: ୨୯ ସେପ୍ଟେମ୍ବର, ମା କୁଷ୍ମାଣ୍ଡ ପୂଜା
  • ନବରାତ୍ରୀ ପଞ୍ଚମ ଦିନ: ୩୦ ସେପ୍ଟେମ୍ବର, ମା ସ୍କନ୍ଦମାତା ପୂଜା
  • ନବରାତ୍ରୀ ଷଷ୍ଠ ଦିନ: ୧ ଅକ୍ଟୋବର, ମା କାତ୍ୟାୟନୀଙ୍ ପୂଜା
  • ନବରାତ୍ରୀ ସପ୍ତମ ଦିନ: ୨ ଅକ୍ଟୋବର, ମା କାଳରାତ୍ରୀ ପୂଜା
  • ନବରାତ୍ରୀ ଅଷ୍ଟମ ଦିନ: ୩ ଅକ୍ଟୋବର, ମା ମହାଗୌରୀ ପୂଜା
  • ନବରାତ୍ରୀ ନବମ ଦିନ: ୪ ଅକ୍ଟୋବର, ମା ସିଦ୍ଧିଦାତ୍ରୀ ପୂଜା
  • ଦଶହରା ବା ବିଜୟାଦଶମୀ: ୫ ଅକ୍ଟୋବର, ରାବଣ ବଦ୍ଧ

ଚଳିତ ବର୍ଷ ନବରାତ୍ରୀ ସୋମବାର ଠାରୁ ଆରମ୍ଭ ହେଉଛି, ତେଣୁ ମା’ ଦୁର୍ଗା ହାତୀ ବାହାନରେ ଧରାପୃଷ୍ଠକୁ ଆସିବେ। ପୁରାଣ ଅନୁଯାୟୀ, ଯେତେବେଳେ ମା’ ଦୁର୍ଗା ଏକ ହାତୀ ବାହାନରେ ଆସନ୍ତି, ସେତେବେଳେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଏ। ସେହିଭଳି ମା’ଙ୍କ ବିଦାୟ ବୁଧବାର ହେଉଥିବା ବେଳେ ଏହି ଦିନ ବି ମା ହାତୀ ବାହାନରେ ଯିବେ।



from Latest Odisha News, Breaking News Today | Top Updates on Corona - OTV News https://ift.tt/ol7TcfK
ହାତୀ ବାହାନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି Pramod Behera ହାତୀ ବାହାନରେ ଆସୁଛନ୍ତି ମା’; ଖେଳିଯିବ ସୁଖ-ସମୃଦ୍ଧି Pramod Behera Reviewed by SUBHENDU BARAL on September 14, 2022 Rating: 5

No comments:

Powered by Blogger.