ମସ୍କଙ୍କ ଟ୍ୱିଟର କିଣାବିକାକୁ ମଞ୍ଜୁରୀ : ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ Kanak News

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଓ ଟେସଲା କମ୍ପାନୀ ସିଇଓ ଏଲନ୍ ମସ୍କ ଯଦିଓ ଟ୍ୱିଟର କିଣିବା ଯୋଜନାରୁ ଓହରିଯାଇଛନ୍ତି, କିନ୍ତୁ ଟ୍ୱିଟରର ଅଂଶଧନକାରୀ ଏହି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଅର୍ଥାତ୍ ଏଲନ ମସ୍କଙ୍କ ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ କରିଛନ୍ତି । ଅଂଶଧନକାରୀ ଫୋନ୍ ଓ ଲାପଟପ୍ ମାଧ୍ୟମରେ ଭୋଟ୍ ଦେଇ ସେମାନଙ୍କର ମତପ୍ରକାଶ କରିଛନ୍ତି । ଏହି ଅନୁମୋଦନ ସେହି ସମୟରେ ଆସିଛି, ଯେଉଁ ସମୟରେ ମସ୍କ ଏହି ଚୁକ୍ତିରୁ ଓହରିବା ପାଇଁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି ।

ଏହି ଚୁକ୍ତିକୁ ଉଲ୍ଲଙ୍ଘନ କରୁଥିବାରୁ ମସ୍କଙ୍କ ବିରୋଧରେ ଟ୍ୱିଟର୍ ମାମଲା ରୁଜୁ କରିସାରିଛି । ଗତ ଏପ୍ରିଲ ମାସରେ ମସ୍କ ଟ୍ୱିଟର ଶେୟାର ପିଛା ୫୪ ଦଶମିକ ୨୦ ଡଲାରେ କିଣିବା ପାଇଁ ଚୁକ୍ତି କରିଥିଲେ । କିନ୍ତୁ ଡିଲ୍ ବେଳେ ଟ୍ୱିଟରରେ ଥିବା ସ୍ପାମ୍ ଓ ଫେକ୍ ଆକାଉଣ୍ଟ ବାବଦରେ ତାଙ୍କୁ ଭୁଲ୍ ସୂଚନା ଦିଆଯାଇଥିବା କହି ସେ ଏଥିରୁ ଓହରିଯାଇଥିଲେ । ଯାହା ପରେ ଏବେ ଟ୍ୱିଟର୍ ଶେୟାର ପିଛା ମୂଲ୍ୟ ୪୧ ଡଲାରକୁ ଖସି ଆସିଥିଲା । ଟ୍ୱିଟର ଓ ମସ୍କଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦ କୋର୍ଟରେ ପହଞ୍ଚିଛି । ଆସନ୍ତାମାସରେ ଏହାର ଶୁଣାଣି ହେବ ।

The post ମସ୍କଙ୍କ ଟ୍ୱିଟର କିଣାବିକାକୁ ମଞ୍ଜୁରୀ : ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ first appeared on Kanak News.



from Kanak News https://ift.tt/Z0lYL49 https://ift.tt/AtK5bpV
ମସ୍କଙ୍କ ଟ୍ୱିଟର କିଣାବିକାକୁ ମଞ୍ଜୁରୀ : ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ Kanak News ମସ୍କଙ୍କ ଟ୍ୱିଟର କିଣାବିକାକୁ ମଞ୍ଜୁରୀ : ୪୪ ବିଲିୟନ୍ ଡଲାରର କିଣାବିକା ଚୁକ୍ତିକୁ ଟ୍ୱିଟରର ଅଂଶଧନକାରୀ ଅନୁମୋଦନ Kanak News Reviewed by SUBHENDU BARAL on September 13, 2022 Rating: 5

No comments:

Powered by Blogger.