ବିଜୁ ଏକ୍ସପ୍ରେସ୍‌ ୱେରେ ଭୟଙ୍କର ଦୁର୍ଘଟଣା: ଅକାଳରେ ଚାଲିଗଲା ୬ ଜୀବନ Rajalaxmi Sahoo

ସମ୍ବଲପୁର-ଝାରସୁଗୁଡ଼ା  ବିଜୁ ଏକ୍ସପ୍ରେସ୍‌ ୱେରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୪ ଗୁରୁତରଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌କୁ ହାଇୱା ପିଟିବା ଫଳରେ ଏହି ଦୁର୍ଘଟଣା ଘଟିଛି।

ସୂଚନାଥାଉ କି, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଠେଲକୋଇ ସ୍ଥିତ JSW ପ୍ଲାଣ୍ଟର ୫୨ରୁ ଅଧିକ କର୍ମଚାରୀଙ୍କୁ ନେଇ ବସ୍‌ଟି ଝାରସୁଗୁଡ଼ା ଯାଉଥିଲା। ଏହି ସମୟରେ ସରବାହାଲ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ୨ ଗାଈଙ୍କୁ ଧକ୍କା ଦେଇ ଡିଭାଇଡର ଡେଇଁ ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଦୁର୍ଘଟଣା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଆହତଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି। ଏହାସହ ମୃତାହତଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା କରିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ସାଂସଦ ସୁରେଶ ପୂଜାରୀ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 



from Latest Odisha News, Breaking News Today | Top Updates on Corona - OTV News https://ift.tt/f6zBEZH
ବିଜୁ ଏକ୍ସପ୍ରେସ୍‌ ୱେରେ ଭୟଙ୍କର ଦୁର୍ଘଟଣା: ଅକାଳରେ ଚାଲିଗଲା ୬ ଜୀବନ Rajalaxmi Sahoo ବିଜୁ ଏକ୍ସପ୍ରେସ୍‌ ୱେରେ ଭୟଙ୍କର ଦୁର୍ଘଟଣା: ଅକାଳରେ ଚାଲିଗଲା ୬ ଜୀବନ Rajalaxmi Sahoo Reviewed by SUBHENDU BARAL on September 16, 2022 Rating: 5

No comments:

Powered by Blogger.