ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ : କୌଣସି ମୃତ୍ୟୁ ହୋଇନଥିବା ସୂଚନା Kanak News

କନକ ବ୍ୟୁରୋ : ଚୀନର ଚାଙ୍ଗସା ସହରରେ ଥିବା ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ ଲାଗିଯାଇଛି । ନିଆଁ ଲାଗି ଏହି ଅଟାଳିକାର ୧୨ ରୁ ଅଧିକ ଫ୍ଲୋରରେ ଜଳିପୋଡି ପୋଡି ପାଉଁସ ହୋଇଯାଇଛି । ତେବେ କୌଣସି ମୃତ୍ୟୁ ହୋଇନଥିବା ସୂଚନା ମିଳିଥିବା ବେଳେ କୋଟି କୋଟି ଟଙ୍କା ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ୨୧୮ ମିଟର ତଥା ୭୧୫ ଫୁଟ ଉଚ୍ଚତାର ଏହି ଅଟାଳିକା ୨୦୦୦ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ।

ଏହି ବିିଲ୍ଡିଂରେ ଚାଇନା ଟେଲିକମ କମ୍ପାନୀ ସହ ଚୀନର ଅନ୍ୟ ବଡ ବଡ ସଂସ୍ଥାର କାର୍ଯ୍ୟାଳୟ ଥିବା ସୂଚନା ମଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡର ଭିଡିଓ ଏବେ ଇଣ୍ଟରନେଟରେ ଦେଖିବାକୁ ମିଳିଛି । ନିଆଁ ଲାଗିଯିବାରୁ ସ୍ଥାନୀୟ ଅଞ୍ଚଳ ପୁରା ଧୁଆଁ ମୟ ହୋଇଯାଇଥିଲା । ଘଟଣା ସ୍ଥଳରେ ନିଆଁ ଲିଭା ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମଳିଛି । ଚାଙ୍ଗସା ସହରରେ ୧୦ ମିଲିୟନରୁ ଅଧିକ ଲୋକେ ବସବାସ କରନ୍ତି ।

The post ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ : କୌଣସି ମୃତ୍ୟୁ ହୋଇନଥିବା ସୂଚନା first appeared on Kanak News.



from Kanak News https://ift.tt/bZjFRsw https://ift.tt/0kfWaxC
ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ : କୌଣସି ମୃତ୍ୟୁ ହୋଇନଥିବା ସୂଚନା Kanak News ଚୀନର ୪୨ ମହଲା ବିଶିଷ୍ଟ ଉଚ୍ଚ ଅଟାଳିକାରେ ଭୟଙ୍କର ନିଆଁ : କୌଣସି ମୃତ୍ୟୁ ହୋଇନଥିବା ସୂଚନା Kanak News Reviewed by SUBHENDU BARAL on September 16, 2022 Rating: 5

No comments:

Powered by Blogger.