ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌ Manoranjan Behera

ଆଇପିଏଲ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ ଭାବେ ନିଯୁକ୍ତ ପାଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାର୍କ ବାଉଚର। ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ବାଉଚରଙ୍କୁ ମୁଖ୍ୟ କୋଚ୍ ଦାୟିତ୍ୱ ଦିଆଯାଇଥିବା ନେଇ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଘୋଷଣା କରାଯାଇଛି ।

ପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନେ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ଥିଲେ। କିନ୍ତୁ ତାଙ୍କୁ ଫ୍ରାଞ୍ଚାଇଜ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସର ଗ୍ଲୋବାଲ ହେଡ ଭାବେ ପ୍ରୋମସନ ମିଳିଛି । ଏହି କାରଣରୁ ୪୫ ବର୍ଷୀୟ ବାଉଚରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ମିଳିଛି।

 

ବାଉଚର ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପରେ ସେ ଦଳର କୋଚ୍‌ ପଦ ଛାଡ଼ିବେ ବୋଲି କିଛି ଦିନ ତଳେ ଘୋଷଣା କରିଥିଲେ।

ବାଉଚର ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ପଦ ପାଇ ବେଶ ଉତ୍ସାହିତ ହୋଇଛନ୍ତି । ମୁମ୍ବାଇ ଭଳି ଆଇପିଏଲର ସବୁଠାରୁ ସଫଳ ଟିମ୍‌ର କୋଚ ପଦ ପାଇବା ସୌଭାଗ୍ୟର ବିଷୟ ବୋଲି ସେ କହିଛନ୍ତି । ଆଗକୁ ଆସୁଥିବା ଚ୍ୟାଲେଞ୍ଜ ପାଇଁ ସେ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/tzLNo0d
ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌ Manoranjan Behera ମାର୍କ ବାଉଚର୍‌ ମୁମ୍ବାଇ ଇଣ୍ତିଆନ୍ସର ହେଡ୍‌ କୋଚ୍‌ Manoranjan Behera Reviewed by SUBHENDU BARAL on September 16, 2022 Rating: 5

No comments:

Powered by Blogger.