ବେଶ୍ୟାଳୟ ଅଗଣାର ମାଟିରେ କାହିଁକି ତିଆରି ହୁଏ ଦେବୀ ମୂର୍ତ୍ତି Pramod Behera

ଉତ୍ତର ଭାରତ ଏବଂ ଉତ୍ତର ପୂର୍ବରେ ଧୂମ୍‌ଧାମ୍‌ରେ ନବରାତ୍ରୀ ପୂଜା କରାଯାଏ। ପୂରା ନଅ ଦିନ ଧରି ବିଧି ବିଧାନ ସହିତ ମା’ଙ୍କୁ ପୂଜା କରାଯାଏ। ମା’ଙ୍କର ସ୍ଥାପନା ପୂର୍ବରୁ, ମାଙ୍କର ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ।

ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ମା’ଙ୍କର ମୂର୍ତ୍ତି ତିଆରି କରିବାରେ ଗଙ୍ଗାର ମାଟି, ଗୋମୂତ୍ର, ଗୋବର ଏବଂ ବେଶ୍ୟାଳୟର ମାଟି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି। ତେବେ ଆସନ୍ତୁ ଜାଣିବା ମା’ ଦୁର୍ଗାଙ୍କର ମୂର୍ତ୍ତି କାହିଁକି ବେଶ୍ୟାଳୟ ମାଟିରୁ ତିଆରି ହୁଏ?

ସାଧାରଣତଃ ବେଶ୍ୟାମାନଙ୍କୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଏ। ଏନେଇ ସେମାନଙ୍କ ସମାଜ ପ୍ରତି ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ନେଇ ମା’ ଦୁର୍ଗାଙ୍କ ମୂର୍ତ୍ତି ବେଶ୍ୟାଳୟ ପ୍ରାଙ୍ଗଣର ମାଟିରୁ ନିର୍ମିତ ହୁଏ, ଯାହା ଦ୍ୱାରା ସେମାନଙ୍କର ଗୁରୁତ୍ୱ ମଧ୍ୟ ବଢିପାରେ ଏବଂ ତାଙ୍କୁ ମଧ୍ୟ ପବିତ୍ର ବିବେଚନା କରାଯାଏ।

ବେଶ୍ୟାଳୟ ମାଟିରୁ ଦୁର୍ଗା ମା’ଙ୍କ ପ୍ରତିମା ତିଆରି କରିବା ପଛରେ ଅନେକ ବିଶ୍ୱାସ ମଧ୍ୟ ଅଛି। ବିଶ୍ୱାସ କରାଯାଏ ଯେ ପୂର୍ବରୁ ମନ୍ଦିରର ପୁରୋହିତମାନେ ବେଶ୍ୟାଳୟ ନିକଟକୁ ଯାଇ ବେଶ୍ୟାମାନଙ୍କ ଠାରୁ ସେମାନଙ୍କ ଅଗଣାର ମାଟିକୁ ଆଣୁଥିଲେ ଏବଂ ଏହା ପରେ ମନ୍ଦିର ପାଇଁ ମୂର୍ତ୍ତି ତିଆରି କରାଯାଉଥିଲା। ଧିରେ ଧିରେ ଏହି ପରମ୍ପରା ବଢିଲା ଏବଂ ନବରାତ୍ରୀ ପୂଜା ପାଇଁ ଯେଉଁ ମୂର୍ତ୍ତିଗୁଡ଼ିକ ତିଆରି ହେଉଥିଲା ସେଥିରେ ବି ବେଶ୍ୟାଳୟର ମାଟିର ବ୍ୟବହାର ହେଲା।

କୁହାଯାଏ ଯେ ସେତେବେଳେ ବେଶ୍ୟାମାନେ ମା’ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ ଯେ ସେମାନଙ୍କ ଅଗଣାର ମାଟିରେ ଦେବୀ ମୂର୍ତ୍ତି ନିର୍ମାଣ ହେବା ନେଇ। ମାତା ଦୁର୍ଗା ସେମାନଙ୍କ ପ୍ରାର୍ଥନାକୁ ସ୍ୱୀକାର କରି ତାଙ୍କ ଭକ୍ତମାନଙ୍କୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ତାଙ୍କ ପ୍ରତିମା ନିର୍ମାଣ କରିବାକୁ କହିଥିଲେ। ମାତା ଦୁର୍ଗା ସେମାନଙ୍କୁ ବରଦାନ ଦେଇଥିଲେ ଯେ କେବଳ ବେଶ୍ୟାଳୟ ମାଟିରୁ ନିର୍ମିତ ପ୍ରତିମା ପ୍ରତିଷ୍ଠା କରି ପୂଜା ଅର୍ଚ୍ଚନା କଲେ ହିଁ ସେମାନଙ୍କ ବ୍ରତର ସଫଳ ହେବ। ସେହିଦିନଠାରୁ ବେଶ୍ୟାଳୟ ପ୍ରାଙ୍ଗଣରୁ ଅଣାଯାଇଥିବା ମାଟିରୁ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ତିଆରି ଆରମ୍ଭ ହୋଇଥିଲା।



from Latest Odisha News, Breaking News Today | Top Updates on Corona - OTV News https://ift.tt/iK9jlJy
ବେଶ୍ୟାଳୟ ଅଗଣାର ମାଟିରେ କାହିଁକି ତିଆରି ହୁଏ ଦେବୀ ମୂର୍ତ୍ତି Pramod Behera ବେଶ୍ୟାଳୟ ଅଗଣାର ମାଟିରେ କାହିଁକି ତିଆରି ହୁଏ ଦେବୀ ମୂର୍ତ୍ତି Pramod Behera Reviewed by SUBHENDU BARAL on September 17, 2022 Rating: 5

No comments:

Powered by Blogger.