ଆଜିଠୁ ୨୦ ତାରିଖ ଯାଏ ଲାଗିରହିବ ବର୍ଷା । ୨୦ ତାରିଖରେ ୧୭ ଜିଲ୍ଲା ପାଇଁ ଜାରି ହେଲା ୟୋଲୋ ୱାର୍ଣ୍ଣିଂ Kanak News

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟିହେଲା ଘୂର୍ଣ୍ଣିବଳୟ । ପୂର୍ବକେନ୍ଦ୍ରୀୟ ପାଶ୍ୱର୍ବର୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଂଚଳରେ ବାୟୁମଣ୍ଡଳର ଉପରିଭାଗରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆଜି ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଏବଂ କଟକ ଜିଲ୍ଲାର କିଛି ସ୍ଥାନରେ ବର୍ଷା ଲାଗିରହିଛି ।
ଆସନ୍ତା ୨୪ ଘଂଟା ମଧ୍ୟରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆଜି ଠାରୁ ରାଜ୍ୟରେ ଆରମ୍ଭ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରଯାଇଛି । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ୧୮ ଓ ୧୯ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସୋମବାର କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଗଂଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲା ଗୁଡିକରେ ୭ରୁ ୧୧ ସେଂଟିମିଟର ବର୍ଷା ନେଇ ଆକଳନ କରାଯାଇଛି । ସେହିପରି ଆସନ୍ତା ୨୦ ତାରିଖରେ ୧୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୧ ତାରିଖରେ ମଧ୍ୟ ବର୍ଷା ହେବା ସମ୍ଭାବନା ରହିଛି । ସମୁଦ୍ର ଅସାନ୍ତ ରହିଥିବାରୁ ୨୦ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

The post ଆଜିଠୁ ୨୦ ତାରିଖ ଯାଏ ଲାଗିରହିବ ବର୍ଷା । ୨୦ ତାରିଖରେ ୧୭ ଜିଲ୍ଲା ପାଇଁ ଜାରି ହେଲା ୟୋଲୋ ୱାର୍ଣ୍ଣିଂ first appeared on Kanak News.



from Kanak News https://ift.tt/L8xsG0C https://ift.tt/DxG65WT
ଆଜିଠୁ ୨୦ ତାରିଖ ଯାଏ ଲାଗିରହିବ ବର୍ଷା । ୨୦ ତାରିଖରେ ୧୭ ଜିଲ୍ଲା ପାଇଁ ଜାରି ହେଲା ୟୋଲୋ ୱାର୍ଣ୍ଣିଂ Kanak News ଆଜିଠୁ ୨୦ ତାରିଖ ଯାଏ ଲାଗିରହିବ ବର୍ଷା । ୨୦ ତାରିଖରେ ୧୭ ଜିଲ୍ଲା ପାଇଁ ଜାରି ହେଲା ୟୋଲୋ ୱାର୍ଣ୍ଣିଂ Kanak News Reviewed by SUBHENDU BARAL on September 17, 2022 Rating: 5

No comments:

Powered by Blogger.