ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ Kanak News

କନକ ବ୍ୟୁରୋ : ବ୍ରିଟେନର ଦିବଂଗତ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବା ପାଇଁ ଲଣ୍ଡନରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ରାଣୀଙ୍କ ରାଜକୀୟ ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବ । ଲଣ୍ଡନର ‘ୱେଷ୍ଟମିନିଷ୍ଟର ଆବେ’ରେ ହେବ ଅନ୍ତ୍ୟେଷ୍ଟି । ଏହି ଅବସରରେ ବିଭିନ୍ନ ବିଶ୍ୱନେତାଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଯୋଗଦେବେ । ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବେ । ମହାରାଣୀଙ୍କ ଅନ୍ତ୍ୟେଷ୍ଟିରେ ସମଗ୍ର ଦୁନିଆର ୨ ହଜାର ଅତିଥି ସାମିଲ ହେବେ, ଯେଉଁଥିରେ ପ୍ରାୟ ୫୦୦ ବିଶିଷ୍ଟ ବ୍ୟକ୍ତି ରହିଛନ୍ତି । ଅତିଥି ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ରହିଛନ୍ତି । ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଗତ ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ପରଲୋକ ହୋଇଛି ।

The post ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ first appeared on Kanak News.



from Kanak News https://ift.tt/XFgcprD https://ift.tt/GPzNryY
ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ Kanak News ଲଣ୍ଡନରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ Kanak News Reviewed by SUBHENDU BARAL on September 17, 2022 Rating: 5

No comments:

Powered by Blogger.