ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା Rajalaxmi Sahoo

ସବୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଓଡ଼ିଶା ଦେଖିବ ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ। ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣର ଜଲ୍‌ୱା। ଭୁବନେଶ୍ୱର ଆକାଶରେ ନିଜ ଶକ୍ତି ଓ ସାମର୍ଥ୍ୟ ପ୍ରଦର୍ଶନ କରିବେ ବାୟୁ ବୀର। ଶହ ଶହ ଲୋକ ବାୟୁ ବୀରଙ୍କ ଏହି ଜଲ୍‌ୱା ଦେଖିବେ। ଆଉ କିଛି ଘଣ୍ଟା ପରେ ଭୁବନେଶ୍ୱର କୁଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ହେବ।

୯ଟି ହକ୍ ବିମାନରେ ଚିତ୍ତାକର୍ଷକ ଶୋ’ ପ୍ରଦର୍ଶନ କରାଯିବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ।  ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାଲିଯାତ୍ରା ପଡ଼ିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ହଜାର ଲୋକ ଏହି ସୂର୍ଯ୍ୟକିରଣ ଶୋ’ ଦେଖିବେ।  ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୁଆଖାଇ ପଠା ବାଲିଯାତ୍ରା ପଡ଼ିଆକୁ ଆସିବେ। ଅନ୍ୟପକ୍ଷେ, ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଓଡ୍ରାଫ୍ ଟିମ୍ ସହ ୪୫ ସେକ୍‌ସନ୍ ଫୋର୍ସ ମୁତୟନ କରାଯାଇଛି।

ଅନ୍ୟପକ୍ଷେ, ପୁରୀରେ ଏୟାର ଶୋ’ ପାଇଁ ଏରିଏଲ ରେକି ଅନୁଷ୍ଠିତ ହୋଇଥିଲା। ଆସନ୍ତା ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ଶୋ’ ଅନୁଷ୍ଠିତ ହେବ। ପୁରୀରେ ପ୍ରଥମ ଥର ପାଇଁ ଏୟାର ଶୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି।

ବାୟୁସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବରୁ ଗ୍ରାଉଣ୍ଡ୍‌ ସର୍ଭେ କରାଯାଇଥିବା ବେଳେ ଏରିଏଲ ରେକିକୁ ୱିଙ୍ଗ୍‌ କମାଣ୍ଡର ଅଶ୍ୱିନୀ ଓ ତାଙ୍କ ସହଯୋଗୀ ସଫଳତାର ସହ ପରିଚାଳନା କରିଥିଲେ। ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା। ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିଥିଲେ। 



from Latest Odisha News, Breaking News Today | Top Updates on Corona - OTV News https://ift.tt/hnUJdFB
ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା Rajalaxmi Sahoo ଆଜି ଭୁବନେଶ୍ୱର ଦେଖିବ ସୂର୍ଯ୍ୟକିରଣର ଜଲ୍‌ୱା Rajalaxmi Sahoo Reviewed by SUBHENDU BARAL on September 15, 2022 Rating: 5

No comments:

Powered by Blogger.