ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର । ଠିକ ସମୟରେ କାମ ସାରିବାକୁ ନିର୍ଦ୍ଦେଶ, ନହେଲେ ଲାଗିବ ଜରିମାନା Kanak News

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର । ରାଜ୍ୟମାନଙ୍କୁ ମଞ୍ଜୁର କରାଯାଇଥିବା ଆବାସ ଗୁଡ଼ିକର ନିର୍ମାଣ କାମକୁ ଧାର୍ଯ୍ୟ ସମୟରେ ଶେଷ କରିବାରେ ରାଜ୍ୟମାନେ ବିଫଳ ହେଲେ ଜରିମାନା ଦେବାକୁ ପଡ଼ିବ । ଏନେଇ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଯୋଜନାରେ ଲକ୍ଷ୍ୟ ହାସଲ କରିବାରେ ଓଡ଼ିଶା ସମେତ ଆସାମ, ଛତିଶଗଡ଼, ବିହାର ଭଳି ରାଜ୍ୟ ପଛରେ ରହିଥିବାରୁ କେନ୍ଦ୍ରର ଏଭଳି କଠୋର ଆଭିମୁଖ୍ୟ ଆଗକୁ ଅଡୁଆ ବଢାଇପାରେ । କେନ୍ଦ୍ର ସରକାର କହିଛନ୍ତି, ମଞ୍ଜୁରୀ ପରଠୁ ଆବାସ ଆବଣ୍ଟନ ଯଦି ଗୋଟିଏ ମାସରୁ ଅଧିକ ବିଳମ୍ବ ହୁଏ ତେବେ ରାଜ୍ୟ ସରକାରଙ୍କୁ ୧୦ ଟଙ୍କାର ଜରିମାନା ଦେବାକୁ ପଡ଼ିବ । ଏହା ପରେ ପ୍ରତ୍ୟେକ ମାସର ବିଳମ୍ବ ପାଇଁ ପ୍ରତିମାସ ୨୦ ଟଙ୍କା ଆବାସ ବିଳମ୍ବ ବାବଦରେ ଜରିମାନା ଦେବାକୁ ହେବ । ଯଦି କୌଣସି ଆବାସ ପାଇଁ ରାଶି ମଞ୍ଜୁର ହୋଇଯାଇଛି ଏବଂ ପୈଠରେ ବିଳମ୍ବ ହେଉଛି ତେବେ ପ୍ରତି ସପ୍ତାହରେ ୧୦ ଟଙ୍କା ହିସାବରେ ହିତାଧିକାରୀଙ୍କୁ ପୈଠ କରିବାକୁ ପଡ଼ିବ । ଯଦି ଆବାସ ନିର୍ମାଣ ପାଇଁ କେନ୍ଦ୍ରର ପାଣ୍ଠି ଉପଲବ୍ଧ ହେଉନାହିଁ ତେବେ ରାଜ୍ୟମାନଙ୍କ ଉପରେ ଜରିମାନା ଧାର୍ଯ୍ୟ କରାଯିବ ନାହିଁ ।
The post ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ କଠୋର ହେଲା କେନ୍ଦ୍ର । ଠିକ ସମୟରେ କାମ ସାରିବାକୁ ନିର୍ଦ୍ଦେଶ, ନହେଲେ ଲାଗିବ ଜରିମାନା first appeared on Kanak News.
from Kanak News https://ift.tt/o3ifbhP https://ift.tt/kS8LEIz
No comments: