୬୦ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌, ବିଳମ୍ବିତ ରାତିରେ ହଙ୍ଗାମା... Rajalaxmi Sahoo

ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମାହୋଲ ସ୍ଥିତ ଚଣ୍ଡୀଗଡ଼ ୟୁନିଭର୍ସିଟିରେ ହଙ୍ଗାମା ହୋଇଥିବା ସୂଚନା ମିଳିଛି। ଅଭିଯୋଗ ଅନୁସାରେ, ଛାତ୍ରୀ ନିବାସରେ ରହୁଥିବା ଜଣେ ଛାତ୍ରୀ ୬୦ ଜଣ ଛାତ୍ରୀଙ୍କ ଗାଧୁଆ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି। ଭିଡିଓ ଭାଇରାଲ୍‌ ପରେ ୮ରୁ ୧୦ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଯେଉଁ ଛାତ୍ରୀ ଏହି ଭିଡିଓ ଭାଇରାଲ୍‌ କରିଛନ୍ତି, ତାଙ୍କୁ ଚିହ୍ନଟ କରାଯାଇଛି। 

ସିମ୍‌ଲାକୁ ପଠା ଯାଉଥିଲା ଭିଡିଓ !

ୟୁନିଭର୍ସିଟି କର୍ତ୍ତୃପକ୍ଷ ଅଭିଯୁକ୍ତ ଛାତ୍ରୀଙ୍କୁ ଅନ୍ୟ ଛାତ୍ରୀଙ୍କ ସହ ସାମ୍ନାସାମ୍ନି କରି ପଚରାଉଚରା କରିଛନ୍ତି। ଏହି ସମୟରେ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପଚରାଉଚରା ବେଳେ ଛାତ୍ରୀ ଜଣକ କହିଛନ୍ତି ଯେ, ସେ ଦୀର୍ଘ ଦିନ ଧରି ଛାତ୍ରୀଙ୍କ ଭିଡିଓ କରୁଥିଲେ ଓ ଏହିସବୁ ଭିଡିଓକୁ ସେ ସିମ୍‌ଲାରେ ରହୁଥିବା ଯୁବକଙ୍କ ପାଖକୁ ପଠାଉଥିଲେ।

ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ...

ହଷ୍ଟେଲ୍‌ରେ ରହୁଥିବା ଛାତ୍ରୀମାନେ ଯେତେବେଳେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ଭିଡିଓ ଦେଖିଥିଲେ ସେତେବେଳେ ସେମାନଙ୍କର ହୋସ୍‌ ଉଡି ଯାଇଥିଲା। ଏହାପରେ ଭିଡିଓ ଭାଇରାଲ୍‌ ହୋଇଥିବା ଛାତ୍ରୀଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୂଚନା ଅନୁସାରେ, ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କାଟପନ୍ନ ରହିଛି।  

କମ୍ପିଲା ‘We Want Justice’ ନାରା...

ଘଟଣା ଜଣାପଡ଼ିବା ପରେ ଚଣ୍ଡୀଗଡ଼ ୟୁନିଭର୍ସିଟି ଗେଟ୍‌ ସାମ୍ନାରେ ଛାତ୍ରୀମାନେ ହଙ୍ଗାମା କରିଥିଲେ। ‘We Want Justice(ଆମକୁ ନ୍ୟାୟ ଦରକାର)’ ନାରା ଲଗାଇ ଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଶୁଝା କରିଥିଲେ। ହେଲେ ଛାତ୍ରଛାତ୍ରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ଥିଲେ। ଫଳରେ ପୋଲିସ୍‌କୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। 



from Latest Odisha News, Breaking News Today | Top Updates on Corona - OTV News https://ift.tt/Wyk5RtO
୬୦ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌, ବିଳମ୍ବିତ ରାତିରେ ହଙ୍ଗାମା... Rajalaxmi Sahoo ୬୦ ଛାତ୍ରୀଙ୍କ ଗାଧୁଆ ଭିଡିଓ ଭାଇରାଲ୍‌, ବିଳମ୍ବିତ ରାତିରେ ହଙ୍ଗାମା... Rajalaxmi Sahoo Reviewed by SUBHENDU BARAL on September 17, 2022 Rating: 5

No comments:

Powered by Blogger.