ଇଲେକ୍ଟ୍ରି ତାରରୁ ନିଆଁ ବାହାର କଲେ; ସିଗାରେଟ୍ ଜାଳିଲେ Pramod Behera

ଭାରତରେ ପ୍ରତିଭାରେ ଅଭାବ ନାହିଁ। ଭାରଣ ହେଉଛି ସୃଜନଶୀଳତା ଏବଂ ଜୁଗାଡ ପଦ୍ଧତିର ଖଣି। ଏଠି ଏମିତି ଅନେକ ପ୍ରତିଭା ଦେଖାଯାଏ ଯେ ଯାହା ଦେଖି ଯେ କେହି ବି ମୁଣ୍ଡରେ ହାତ ଦେବେ। ଏଭଳି ଅଦ୍ଭୁତ ଚିନ୍ତାଧାରା ଲୋକଙ୍କୁ ମୁଣ୍ଡକୁ କିପରି ଆସେ ବୋଲି ଆପଣ ଭାବିବାକୁ ବାଧ୍ୟ ହେବେ। ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଆପଣ ଏହାର ପ୍ରମାଣ ପାଇଯିବେ।

ଟ୍ୱିଟର ପେଜ୍ @Jyoti789Singh ରେ ଶେୟାର ହୋଇଥିବା ଏହି ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଇଞ୍ଜିନିୟର୍ସ ଡେ ଅବସରରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ପାଟିରେ ସିଗାରେଟ୍ ଧରିଛନ୍ତି ଆଉ ଦୁଇଟି ତାରରେ ସିଗାରେଟ୍ ଜାଳିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। କିଛି ସମୟ ପରେ ସିଗାରେଟ୍ ସେଥିରୁ ନିଆଁ ବାହାରେ ଆଉ ସିଗାରେଟ୍ ବି ଜଳେ। ଏହି ଖବର ଲେଖା ହେବା ବେଳକୁ ଭିଡିଓଟି ୨ଲକ୍ଷ ୨୯ହଜାରରୁ ଅଧିକ ଭିୟୁ ପାଇସାରିଥିଲା।

ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେଉଥିବା ଏହି ଭିଡିଓରେ ଗଞ୍ଜି ପିନ୍ଧିଥିବା ଜଣେ ବ୍ୟକ୍ତି ପାଟିରେ ସିଗାରେଟ୍ ଧରିଛନ୍ତି। କିନ୍ତୁ ତାଙ୍କ ପାଖରେ ବାଧେ ଦିଆସିଲି ନଥିଲା, କିନ୍ତୁ ସେ ସମୟରେ ହିଁ ତାଙ୍କର ସିଗାରେଟ୍ ଟାଣିବାର ଥିଲା। ଏଭଳି ପରିସ୍ଥିତିରେ ସେ ଏଭଳି ଏକ ଜୁଗାଡ୍ ବାହାର କଲେ ଯେ ଦେଖିଲେ ମୁଣ୍ଡ ଘୂରେଇ ଦେବ। ତାଙ୍କର ଦୁଃସାହସ ଏବଂ ପ୍ରତିଭାର ଚମତ୍କାର ମିଶ୍ରଣ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ସିଗାରେଟ୍ ଟାଣିବା ପାଇଁ ସେ ଦୁଇଟି ଇଲେକ୍ଟ୍ରିକ୍ ତାରକୁ ସଂଯୋଗ କରି ନିଆଁ ବାହାର କରିଥିଲେ ଓ ସିଗାରେଟ୍ ଜଳାଇଥିଲେ। ଏହାପରେ ସେ ସବୁ ଚିନ୍ତାକୁ ଧୂଆଁରେ ଉଡେଇ ଦେଇଥିଲେ। ଏହି ବ୍ୟକ୍ତିଙ୍କ ଏଭଳି ପ୍ରତିଭା ଦେଖିବା ପରେ ଲୋକମାନେ ଚକିତ ହୋଇଯାଇଛନ୍ତି।

ଏହି ଭିଡିଓରେ କ୍ୟାପସନ୍ ଦିଆଯାଇଛି- “ଆମର ସମସ୍ତ ପରିଶ୍ରମୀ ଇଞ୍ଜିନିୟରଙ୍କୁ ମୋର ଅଭିନନ୍ଦନ ଏବଂ ସେମାନଙ୍କ ଅଭିନବତା ପାଇଁ ସେମାନଙ୍କୁ ନମସ୍କାର। ସାବଧାନ ଚାଚା... ଭାରତ ରତ୍ନ… ଆଧୁନିକ ଭାରତ ଏବେ ଆସିବା ବାକି ଅଛି।”

ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ଲୋକେ ଦେଖିବା ପରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ଲେଖିଛନ୍ତି ଯେ ‘ତାଙ୍କୁ ଶୀଘ୍ର ଭାରତ ରତ୍ନ ଦିଆଯିବା ଉଚିତ।‘ କିଛି ଲୋକ ଏହାକୁ ବିପଦର ଖେଳ ବୋଲି କହିଥିବା ବେଳେ ଅନ୍ୟ କେତେକ ତାଙ୍କୁ ଖୁବ୍ ପ୍ରତିଭାଶାଳୀ ବୋଲି ମଧ୍ୟ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/Kmo4V3U
ଇଲେକ୍ଟ୍ରି ତାରରୁ ନିଆଁ ବାହାର କଲେ; ସିଗାରେଟ୍ ଜାଳିଲେ Pramod Behera ଇଲେକ୍ଟ୍ରି ତାରରୁ ନିଆଁ ବାହାର କଲେ; ସିଗାରେଟ୍ ଜାଳିଲେ Pramod Behera Reviewed by SUBHENDU BARAL on September 16, 2022 Rating: 5

No comments:

Powered by Blogger.