ମିଶନ ୨୦୨୪ ପାଇଁ ବିଜେପିର ରଣନୀତି : ଆଜିଠୁ ପୁରୀରେ ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର Kanak News

କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ ବିଜେପିର ରଣନୀତି । ଆଜିଠୁ ପୁରୀରେ ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ରାଜ୍ୟ ସରକାର ବିରୋଧରେ ଜନମତ ସୃଷ୍ଟି କରିବାକୁ ତୃଣମୂଳ ସ୍ତରରେ କାମ ଆରମ୍ଭ କରିଦେଇଛି ବିଜେପି । ହୋଟେଲ ବ୍ଲୁ ଲିଲି ରିସୋର୍ଟରେ ଏହି ଶିବିର ହେବାକୁ ଥିବା ବେଳେ ଏହାକୁ ଉଦଘାଟନ କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ବୈଠକରେ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ଯୋଗଦେବେ । ବିଜେପି ଓ ଆର୍‌ଏସ୍‌ଏସ୍‌ର ବରିଷ୍ଠ ସଂଗଠକମାନେ ଏହି ବୈଠକରେ ଯୋଗଦେଇ କ୍ଷେତ୍ର ସ୍ତରୀୟ ନେତାଙ୍କୁ ସଂଗଠନ ସୁଦୃଢ କରିବାର ମନ୍ତ୍ର ଦେବେ । ଓଡ଼ିଶାର ରାଷ୍ଟ୍ରୀୟସ୍ତରର ନେତାମାନେ ବି ଦଳକୁ ‌ଓଡ଼ିଶାରେ ଆଗେଇ ନେବା ପାଇଁ ସେମାନଙ୍କର କ’ଣ ଯୋଜନା ଅଛି ତାହା ସମସ୍ତଙ୍କ ଆଗରେ ଉପସ୍ଥାପନ କରିବେ । ଏପରିକି ଦଳକୁ ମଜବୁତ୍‌ କରିବାକୁ ତୃଣମୂଳ ସ୍ତରରେ ସେମାନେ କିପ୍ରକାରର ‌ସହଯୋଗ ଆଶା କରୁଛନ୍ତି ତାହା କହିବେ ।

ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିଶେଶ୍ବର ଟୁଡୁ, ଓଡ଼ିଶା ପ୍ରଭାରୀ ସୁନୀଲ ବଂଶଲ, ବିଜୟ ପାଲ ସିଂହ ତୋମାର, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ସଭାପତି ସମୀର ମହାନ୍ତି, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ଅନ୍ୟ ନେତୃବର୍ଗ ରାଜ୍ୟ ଓ ଜିଲ୍ଲା ପଦାଧିକାରୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ବୈଠକ ପୂର୍ବରୁ ରାଜ୍ୟ ସଭାପତି ଓ ସଙ୍ଗଠନ ସମ୍ପାଦକ ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ ଓ ଜୟପୁର ଗସ୍ତ କରି ୩୦ଟି ଜିଲ୍ଲାର ସାଙ୍ଗଠନିକ ରିପୋର୍ଟ ସଂଗ୍ରହ କରିଥିବାବେଳେ ଏହାକୁ ବୈଠକରେ ଉପସ୍ଥାପନ କରିବେ । ଗତ ସାଧାରଣ ନିର୍ବାଚନ, ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି କ’ଣ ଥିଲା, କେଉଁଠି କ’ଣ ସମସ୍ୟା ରହିଲା ସେନେଇ ମଧ୍ୟ ରିପୋର୍ଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି ।

The post ମିଶନ ୨୦୨୪ ପାଇଁ ବିଜେପିର ରଣନୀତି : ଆଜିଠୁ ପୁରୀରେ ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର first appeared on Kanak News.



from Kanak News https://ift.tt/98q35gi https://ift.tt/5cDHdfe
ମିଶନ ୨୦୨୪ ପାଇଁ ବିଜେପିର ରଣନୀତି : ଆଜିଠୁ ପୁରୀରେ ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର Kanak News ମିଶନ ୨୦୨୪ ପାଇଁ ବିଜେପିର ରଣନୀତି : ଆଜିଠୁ ପୁରୀରେ ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର Kanak News Reviewed by SUBHENDU BARAL on September 12, 2022 Rating: 5

No comments:

Powered by Blogger.