ଜେଇଇ ଆଡଭାନସରେ ଉଲ୍ଲେଖନୀୟ ସଫଳତା : କିଟ୍ ଇଣ୍ଟନ୍ୟାସନାଲ ସ୍କୁଲର ଦୁଇ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ Kanak News

କନକ ବ୍ୟୁରୋ : ଜେଇଇ ଆଡଭାନସରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କିଟ୍ ଇଣ୍ଟନ୍ୟାସନାଲ ସ୍କୁଲର ଦୁଇ ଛାତ୍ର ଦିବ୍ୟାଂଶୁ ମଲୁ ଓ ତାଙ୍କ ଭାଇ ଦିପ୍ତାଂଶୁ ମଲୁଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜେଇଇ ଆଡଭାନସରେ ଦିବ୍ୟାଂଶୁ ମଲୁ ଓଡିଶା ଟପ୍ପର ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ସେ ୧୧ ତମ ରାଙ୍କ ରଖିଛନ୍ତି । ଏଥିସହ ଦିବ୍ୟାଂଶୁ ଇଣ୍ଟନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ।
CM @Naveen_Odisha felicitated Deevyansu Mallu & his brother Deeptanshu Mallu of KIIT International School on their outstanding success in #JEEAdvanced Examination. CM congratulated the twin brothers and wished them greater success in future. pic.twitter.com/9IBVbcePX3
— CMO Odisha (@CMO_Odisha) September 12, 2022
ସେହିପରି ଦିପ୍ତାଂଶୁ ଜେଇଇ ଆଡଭାନ୍ସରେ ସର୍ବଭାରତୀୟ ସ୍ତରରେ ୨୨୮ ର୍ୟାଙ୍କ ହାସଲ କରିଛନ୍ତି । ନବୀନ ନିବାସରେ ଦୁଇ ଭାଇଙ୍କୁ ସମ୍ବର୍ଦ୍ଧିତ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି । ଏହି ଅବସରରେ ନବୀନ ନିବାସରେ ଦିବ୍ୟାଂଶୁ ଓ ଦିପ୍ତାଂଶୁଙ୍କ ବାପା ଚନ୍ଦନ ମଲୁ, ମାଆ ସ୍ୱାତୀ ମଲୁ ଓ କିଟ ଇଣ୍ଟନ୍ୟାସନାଲ ସ୍କୁଲର ପ୍ରିନ୍ସିପାଲ ଡକ୍ତର ସଂଜୟ ସୁଆର ଉପସ୍ଥିତ ଥିଲେ ।
The post ଜେଇଇ ଆଡଭାନସରେ ଉଲ୍ଲେଖନୀୟ ସଫଳତା : କିଟ୍ ଇଣ୍ଟନ୍ୟାସନାଲ ସ୍କୁଲର ଦୁଇ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ first appeared on Kanak News.
from Kanak News https://ift.tt/r98CV4v https://ift.tt/W4z6p1q
Reviewed by SUBHENDU BARAL
on
September 12, 2022
Rating:
No comments: