
କନକ ବ୍ୟୁରୋ: ୨ ଦଳିତ ଝିଅଙ୍କୁ ଘୋଷାଡି ଘୋଷାଡି ନେଲେ ତା’ ପରେ ସେମାନଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ୩ ଯୁବକ । ଏପରି ଲୋମଟାଙ୍କୁରା ଘଟଣା ଘଟିଛି ଉତ୍ତରପ୍ରଦେଶ ଲଖୀମପୁର ଖେରୀ ଜିଲ୍ଲାର ତମୋଲିନ୍ ଗାଁରେ । ବୁଧବାର ଦ୍ୱିପହର ସମୟରେ ଘଟିଥିବା ଏଭଳି ଘଟଣା ବାବଦରେ ବୟାନ କରିଛନ୍ତି ମୃତ ଝିଅଙ୍କ ମା’ ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ଲଖିମପୁରରେ ପହଞ୍ଚିଛି।
ମୃତ ନାବାଳିକାଙ୍କ ମା’ କହିଛନ୍ତି ଯେ ଦୁଇଟି ମୋଟର ସାଇକେଲରେ କିଛି ଅଜଣା ଯୁବକ ଆସି ତାଙ୍କ ଦୁଇ ଝିଅଙ୍କୁ ଉଠାଇ ନେଇଯାଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ସେମାନେ ଉଦ୍ଧାର ପାଇଁ ପ୍ରୟାସ କରିଥିଲେ ମଧ୍ୟ ଦୁଇ ଝିଅଙ୍କ କୌଣସି ପତ୍ତା ପାଇନଥିଲେ। ଏହାପରେ ସନ୍ଧ୍ୟାରେ ଝୁଲନ୍ତା ଶବ ଠାବ ହୋଇଥିଲା। ତେବେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଉଥିବାରୁ ପୁଲିସ ମୁତୟନ ମଧ୍ୟ ବଢ଼ାଇ ଦିଆଯାଇଛି।
The post ୨ ଦଳିତ ଝିଅଙ୍କୁ ହତ୍ୟା କରି ଗଛରେ ଟାଙ୍ଗିଦେଲେ ଦୁର୍ବୃତ୍ତ । ସ୍ଥାନୀୟ ଅଞ୍ଚଳରେ ହଇଚଇ । first appeared on Kanak News.
from Kanak News https://ift.tt/bgBLEoU https://ift.tt/wTvK4ZQ
No comments: