ଆଜିକାଲି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଖୁବ୍ ଚର୍ଚ୍ଚାରେ। ଗତ ୫ ଦିନ ହେଲା ଏହି ଫିଲ୍ମ କ୍ରମାଗତ ଭାବରେ ଭଲ ବ୍ୟବସାୟ କରୁଛି। ‘ବ୍ରହ୍ମାସ୍ତ୍ର’ର ଅସ୍ତ୍ରଶସ୍ତ୍ରକୁ ନେଇ ଏବେ ଚାରିଆଡେ ଆଲୋଚନା ହେଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଅବଗତ କରାଇବା ପାଇଁ ମୁମ୍ବାଇ ପୋଲିସ ମଧ୍ୟ ‘ବ୍ରହ୍ମାସ୍ତ୍ର’ ଅସ୍ତ୍ରଶସ୍ତ୍ରର ସାହାରା ନେଇଛି। ଟ୍ରାଫିକ୍ ନିୟମ ଭାଙ୍ଗିବା ନେଇ ମୁମ୍ବାଇ ପୋଲିସ ବାନର ଅସ୍ତ୍ର ଓ ନନ୍ଦୀ ଅସ୍ତ୍ର ବ୍ୟବହାର କରି ଚେତାବନୀ ଦେଇଛି।
ଶୁକ୍ରବାର ମୁକ୍ତିଲାଭ କରିଥିବା ଫିଲ୍ମ ‘ବ୍ରହ୍ମାସ୍ତ୍ର’ କ୍ରମାଗତ ଭାବରେ ଭଲ ବ୍ୟବସାୟ କରୁଥିବା ବେଳେ ସପ୍ତାହ ଶେଷରେ ୨୨୫ କୋଟି ଟଙ୍କା ଆୟ କରିସାରିଛି। ବର୍ତ୍ତମାନ ମୁମ୍ବାଇ ପୋଲିସ ଦ୍ୱାରା ଫିଲ୍ମର ଅସ୍ତ୍ର ବ୍ୟବହାରକୁ ନେଇ ଆଲିଆ ଭଟ୍ଟ ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ବଲିଉଡ୍ ଫିଲ୍ମ ଏବଂ ମୁମ୍ବାଇ ପୋଲିସର ପୁରୁଣା ସମ୍ପର୍କ ରହିଛି। ବଲିଉଡ୍ରେ ଅନେକ ଫିଲ୍ମ ମଧ୍ୟ ପୋଲିସ ଉପରେ ନିର୍ମିତ ହୋଇଛି। ସେହିଭଳି ମୁମ୍ବାଇ ପୋଲିସ ମଧ୍ୟ ଫିଲ୍ମ ଓ ଏହାର ସଂଳାପକୁ ନେଇ ଲୋକଙ୍କୁ ସଚେତନ କରିଛି। ଏବେ ସେଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଟ୍ରାଫିକ୍ ନିୟମ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ମୁମ୍ବାଇ ପୋଲିସ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଅସ୍ତ୍ର ବ୍ୟବହାର କରିଛି।
ମୁମ୍ବାଇ ପୋଲିସ ଏହାର ଅଫିସିଆଲ୍ ଇନ୍ଷ୍ଟାଗ୍ରାମ୍ ପେଜ୍ରେ ଏକ ପୋଷ୍ଟ୍ ଶେୟାର କରିଛି। ଏହି ପୋଷ୍ଟ୍ରେ ‘ବ୍ରହ୍ମାସ୍ତ୍ର’ର ବାନର ଅସ୍ତ୍ର ଏବଂ ନନ୍ଦୀ ଅସ୍ତ୍ରର ଏକ ଫଟୋ ଦେଇଛି। ଏଥିସହ ଏଥିରେ କ୍ୟାପ୍ସନ୍ ଲେଖାଯାଇଛି ଯେ ଯଦି ବି ଆପଣଙ୍କ ପାଖରେ ବାନର ଅସ୍ତ୍ର ଅଛି, ତେବେ ବି ଆପଣ ଟ୍ରାଫିକ୍ ସିଗ୍ନାଲ୍ ଭାଙ୍ଗିବାରେ ଭୁଲ୍ କରିବା ଉଚିତ ନୁହେଁ।
ଆଉ ମଧ୍ୟ କହିଛି ଯେ ଯଦି ବି ଆପଣଙ୍କ ପାଖରେ ନନ୍ଦୀ ଅସ୍ତ୍ର ଅଛି, ତେବେ ବି ଗାଡି ଅଧିକ ବେଗରେ ଚଲାନ୍ତୁ ନାହିଁ। ଲୋକଙ୍କୁ ସଚେତନ କରାଇବା ପାଇଁ ମୁମ୍ବାଇ ପୋଲିସ ଲେଖିଛି ଯେ ଉଦ୍ବେଗ ଏବଂ ଉତ୍ସାହ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ। ତେଣୁ ସୁରକ୍ଷିତ ଡ୍ରାଇଭିଂ ସର୍ବଦା ସର୍ବୋତ୍ତମ ।
ଏଥି ସହିତ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ମୁମ୍ବାଇ ପୋଲିସ୍ର ଏହି ଅଭିନବ କାର୍ଯ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ମୁମ୍ବାଇ ପୋଲିସ୍ର ଏହି ପୋଷ୍ଟର ଗୁଡ଼ିକୁ ଆଲିଆ ଭଟ୍ଟ ‘ମଜାଦାର’ ବୋଲି କହିଛନ୍ତି। ଆଲିଆ ମୁମ୍ବାଇ ପୋଲିସର ଏହି ପୋଷ୍ଟ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ମଧ୍ୟ କରିଛନ୍ତି। ମୁମ୍ବାଇ ପୋଲିସର ଏଭଳି ସୃଜନଶୀଳତାକୁ ଲୋକମାନେ ମଧ୍ୟ ପସନ୍ଦ କରୁଛନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/ga0nluw
No comments: