ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ : ୨ ଦିନ ଯାଏଁ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ Kanak News

କନକ ବ୍ୟୁରୋ : ରାଜ୍ୟରେ ଆଜିଠୁ କମିବ ଲଘୁଚାପ ବର୍ଷାର ପରିମାଣା । ଲଘୁଚାପ ମଧ୍ୟପ୍ରଦେଶ ମୁହାଁ ହେବା ପରେ ପ୍ରଭାବ କମିଛି । ଆଗାମୀ ୨ ଦିନ ଯାଏଁ କିଛି ସ୍ଥାନରେ ବର୍ଷା ହୋଇପାରେ ।  ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ବର୍ତ୍ତମାନ ଉଦୟପୁର, ଭୋପାଳ, ସ୍ପଷ୍ଟଚିହ୍ନିତ ଲଘୁଚାପ ବଳୟର କେନ୍ଦ୍ର ଭାବ ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଝାରସୁଗୁଡ଼ା, ବାଲେଶ୍ବର ହୋଇ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି । ଫଳରେ ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀର ଶକ୍ତିଶାଳୀ ପ୍ରବାହ ଜାରି ରହିଛି । ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ମୌସୁମୀଜନିତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

୮ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୂଚନା ମୁତାବକ, ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିଭଳି ୧୪ ତାରିଖ ଦିନ କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଆଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବ । ମଝିରେ ମଝିରେ ବର୍ଷା ସମ୍ଭାବନା ମଧ୍ୟ ରହିଛି ।

The post ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ : ୨ ଦିନ ଯାଏଁ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ first appeared on Kanak News.



from Kanak News https://ift.tt/MSqjhyB https://ift.tt/QiUBP6X
ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ : ୨ ଦିନ ଯାଏଁ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ Kanak News ଆଜିଠୁ ରାଜ୍ୟରେ କମିବ ବର୍ଷାର ପ୍ରଭାବ : ୨ ଦିନ ଯାଏଁ କିଛି ସ୍ଥାନରେ ବର୍ଷା ନେଇ ପୂର୍ବାନୁମାନ Kanak News Reviewed by SUBHENDU BARAL on September 12, 2022 Rating: 5

No comments:

Powered by Blogger.