ବିମାନରେ ସିଗାରେଟ୍ ଟାଣି ବିବାଦରେ ବଡି ବିଲ୍‌ଡର୍‌ ବବି କଟାରିଆ Pramod Behera

ସୋସିଆଲ ମିଡିଆରେ ଅନେକ ଲୋକଙ୍କ ଭିଡିଓ ଭାଇରାଲ୍‌ ହେବା ଦେଖାଯାଏ। ଆଜି ବି ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଟିକିଏ ଭିନ୍ନ। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ହରିୟାଣାର ଗୁରୁଗ୍ରାମ ଜିଲ୍ଲାର ବଡି ବିଲ୍‌ଡର୍‌ ବବି କଟାରିଆ ବିମାନରେ ସିଗାରେଟ୍‌ ଟାଣୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଲୋକମାନେ କହୁଛନ୍ତି ଯେ ଲାଇଟର୍‌ ଏବଂ ସିଗାରେଟ୍ ବିମାନରେ କିପରି ଗଲା? ଜଣେ ଯାତ୍ରୀଙ୍କ ଯୋଗୁଁ ଅନେକ ଯାତ୍ରୀ ମରିପାରନ୍ତି।

ବବି କଟାରିଆ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥାଆନ୍ତି। ଅତୀତରେ ତାଙ୍କୁ ନେଇ ଅନେକ ବିବାଦ ମଧ୍ୟ ଉଠିଛି। ଭାଇରାଲ୍ ଭିଡିଓରେ ବବି ବିମାନର ସିଟ୍ ଉପରେ ଶୋଇଥିବା ବେଳେ ଆରାମରେ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଛି। ଟ୍ୱିଟର ଏବଂ ଫେସ୍‌ବୁକ୍‌ରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଅନେକ ଲୋକ ଶେୟାର କରିଛନ୍ତି ଏବଂ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ଉମେଶ କୁମାର ଏହି ଭିଡିଓ ଶେୟାର କରି ଲେଖିଛନ୍ତି - ଏହା ହେଉଛି ଏହି ଦେଶର ବିମାନବନ୍ଦରରେ ସୁରକ୍ଷା ଅବସ୍ଥା। ଅମିତ ଶାହା ଜୀ, ଏହି ବ୍ୟକ୍ତି ଖୋଲାଖୋଲି ଭାବେ ଦେଶର ନିୟମକୁ ଖଣ୍ଡନ କରୁଛନ୍ତି। ସୁରକ୍ଷା କ୍ଷେତ୍ରରେ ଏହା କେତେ ଠିକ୍? ଅନେକ ବ୍ୟକ୍ତି ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ଜଣେ ସମାଲୋଚନା କରି ଲେଖିଛନ୍ତି - ମାନସିକ ସ୍ତରରେ ଅସୁସ୍ଥ। ଏହି ଭିଡିଓ ଅନୁସନ୍ଧାନ କରାଯିବା ଉଚିତ ଏବଂ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ସେ କହିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/EzTSVm2
ବିମାନରେ ସିଗାରେଟ୍ ଟାଣି ବିବାଦରେ ବଡି ବିଲ୍‌ଡର୍‌ ବବି କଟାରିଆ Pramod Behera ବିମାନରେ ସିଗାରେଟ୍ ଟାଣି ବିବାଦରେ ବଡି ବିଲ୍‌ଡର୍‌ ବବି କଟାରିଆ Pramod Behera Reviewed by SUBHENDU BARAL on August 12, 2022 Rating: 5

No comments:

Powered by Blogger.