ନିଜ ପାଠ ପଢା ପାଇଁ ରାସ୍ତା କଡରେ ଗୁପ୍‌ଚୁପ୍ ବିକୁଛନ୍ତି ଏହି ଯୁବତୀ Pramod Behera

ଜୀବନରେ ଶିକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଶିକ୍ଷା ହିଁ ଜୀବନର ଗତିପଥକୁ ପରିବର୍ତ୍ତନ କରିଥାଏ। ଲୋକମାନେ ଏହାକୁ ହାସଲ କରିବାକୁ କଠିନ ପରିଶ୍ରମ କରନ୍ତି। କିଛି ଲୋକ ଭାଗ୍ୟବାନ ଥାଆନ୍ତି, ଯେଉଁମାନେ ସହଜରେ ଶିକ୍ଷା ପାଇଯାଆନ୍ତି। ସେହିପରି ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅର୍ଥ ଅଭାବରୁ ଶିକ୍ଷା ପାଇବାକୁ ସକ୍ଷମ ହୁଅନ୍ତି ନାହିଁ। କିନ୍ତୁ କିଛି ଲୋକଙ୍କ ମନବଳ ଓ ସେମାନଙ୍କ ଲକ୍ଷ ଅଭାବ ସତ୍ତ୍ୱେ ମଧ୍ୟ ସେମାନଙ୍କୁ ଆଗକୁ ନେଇଯାଏ। ସେମାନେ ଯେକୌଣସି ପରିସ୍ଥିତିରେ ହେଉ ପଛେ ପାଠ ପଢା ଜାରି ରଖିବାକୁ ଚାହାଁନ୍ତି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀଙ୍କ ସଂଘର୍ଷର କାହାଣୀ। ତାଙ୍କ ପାଖ ଅଭାବ ଅଛି ସତ, କିନ୍ତୁ ମରିଯାଇ ନାହିଁ ଲକ୍ଷ। ତାଙ୍କର ଇଛା ପାଠ ପଢି ଭଲ ମଣିଷ ହେବା। ଏନେଇ ରାସ୍ତା କଡ଼ରେ ଗୁପ୍‌ଚୁପ୍ ବିକୁଛନ୍ତି।

ସୋସିଆଲ ମିଡିଆରେ ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି। ସେ ରାସ୍ତା କଡରେ ଗୁପ୍‌ଚୁପ୍ ବିକୁଥିବା ବେଳେ ତାଙ୍କୁ ଗ୍ରାହକ ଘେରି ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଦେଖିଥିବେ ଯେ କେବଳ ପୁରୁଷମାନେ ହିଁ ଏହି ବେପାର କରନ୍ତି। କିନ୍ତୁ ବର୍ତ୍ତମାନ ଏହି ଯୁବତୀଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ।ଏହି ଭିଡିଓ ସୋସିଆଲ ମିଡିଆରେ ଇନ୍‌ଷ୍ଟାଗ୍ରାମ ପ୍ଲାଟ୍‌ଫର୍ମରେ ଶେୟାର କରାଯାଇଛି।

ଏହି ଭିଡିଓଟି therealharryuppal ନାମକ ଏକ ପ୍ଲାଟ୍‌ଫର୍ମରେ ଶେୟାର କରାଯାଇଛି। ଏହି ଭିଡିଓକୁ ଲକ୍ଷ ଲକ୍ଷ ଭ୍ୟୁ ମିଳିଥିବାବେଳେ ପାଖାପାଖି ୨ ଲକ୍ଷ ଲାଇକ୍ ମିଳିଛି। ଏହି ଭିଡିଓରେ ଅନେକ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ଜଣେ ବ୍ୟକ୍ତି କହିଛନ୍ତି ଯେ ଏହି ଝିଅ ବାସ୍ତବରେ ବହୁତ କଠିନ ପରିଶ୍ରମ କରୁଛି।

ସେହିପରି ଆଉ ଜଣେ ବ୍ୟକ୍ତି କହିଛନ୍ତି ଯେ “ମୁଁ ଏହାକୁ ସମ୍ମାନ କରେ। ମହିଳାମାନ ମଧ୍ୟ ସବୁ ପ୍ରକାର ବେପାର କରିବା ନେଇ ସହଜ ହେବା ଉଚିତ।” ଆଉ ଜଣେ ଯୁବତୀ ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ମଧ୍ୟ ଏହି ବେପାର କରିବାକୁ ଚାହାନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/bC2HPUD
ନିଜ ପାଠ ପଢା ପାଇଁ ରାସ୍ତା କଡରେ ଗୁପ୍‌ଚୁପ୍ ବିକୁଛନ୍ତି ଏହି ଯୁବତୀ Pramod Behera ନିଜ ପାଠ ପଢା ପାଇଁ ରାସ୍ତା କଡରେ ଗୁପ୍‌ଚୁପ୍ ବିକୁଛନ୍ତି ଏହି ଯୁବତୀ Pramod Behera Reviewed by SUBHENDU BARAL on August 12, 2022 Rating: 5

No comments:

Powered by Blogger.