ଭାଇ ଭଉଣୀ ଦୁନିଆର ସବୁଠାରୁ ମଧୁର ସମ୍ପର୍କ। ଏଥିରେ ପ୍ରେମଠାରୁ ଝଗଡା ଏବଂ ପରସ୍ପରକୁ ହଇରାଣ କରିବା ଭଳି ରୋଚକ କଥା ରହିଛି। କିନ୍ତୁ ଏ ସମ୍ପର୍କ ଏମିତି ଯେ ଯେତେବେଳେ ଜଣେ ଅସୁବିଧାରେ ପଡେ, ଅନ୍ୟ ଜଣେ ସବୁବେଳେ ତା’ ସହିତ ରୁହେ। ଏହି ଭାଇ-ଭଉଣୀ ସମ୍ପର୍କ ମଧ୍ୟ ଅନେକ ଚଳଚ୍ଚିତ୍ରର ବଡ ପରଦାରେ ଦେଖାଯାଇଛି। ଆଜି ଆମେ ଆପଣଙ୍କୁ ଏହିପରି ୫ଟି ଚଳଚ୍ଚିତ୍ର ବିଷୟରେ କହିବୁ, ଯେଉଁଥିରେ ଭାଇ-ଭଉଣୀଙ୍କ କାହାଣୀକୁ ଚମତ୍କାର ଭାବେ ଚିତ୍ରଣ କରାଯାଇଛି।
ହମ୍ ସାଥ୍ ସାଥ୍ ହୈ:
ବଲିଉଡ୍ର ଫାମିଲି ଡାଇରେକ୍ଟର ସୂରଜ ବଡଜାତ୍ୟା ସବୁବେଳେ ପରିବାରକୁ ନେଇ ଦମଦାର ଚଳଚ୍ଚିତ୍ର ନିର୍ମାଣ କରନ୍ତି। ତାଙ୍କ ଚଳଚ୍ଚିତ୍ର ‘ହମ୍ ସାଥ ସାଥ୍ ହୈ’ ମଧ୍ୟ ଭାଇଭଉଣୀ ଭିତରେ ଥିବା ନିଆରା ସମ୍ପର୍କକୁ ଦେଖେଇଦିଏ। ଏଥିରେ ବଡ ଭାଇ କିପରି ନିଜ ଦୁଇ ସାନଭାଇ ଏବଂ ଭଉଣୀକୁ ବାନ୍ଧି ରଖିଛନ୍ତି ତାହା ଦେଖାଯାଇଛି। ଏହି ଚଳଚ୍ଚିତ୍ରରେ ମୋହନିଶ ବହଲ, ସୈଫ୍ ଅଲି ଖାନ, ସଲମାନ ଖାନ ଏବଂ ନୀଲମ ଭାଇ-ଭଉଣୀ ଭୂମିକାରେ ଅଭିନୟ କରିଥିଲେ।
ଦିଲ୍ ଧଡ୍କନେ ଦୋ:
ଚଳଚ୍ଚିତ୍ର ନିର୍ଦ୍ଦେଶକ ଜୋୟା ଅଖତର ଆଧୁନିକ ପରିବାର ଏବଂ ଏହାର ସମସ୍ୟାକୁ ନେଇ ୨୦୧୫ରେ ‘ଦିଲ୍ ଧଡକ୍ନେ ଦୋ’ ଫିଲ୍ମ କରିଥିଲେ। ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ଏବଂ ବରଣବୀର ସିଂହ ଭାଇ-ଭଉଣୀ ସମ୍ପର୍କକୁ ଖୁବ ଚମତ୍କାର ଭାବେ ପ୍ରଦର୍ଶନ କରିଥିଲେ।
ସରବ୍ଜିତ୍:
‘ସରବ୍ଜିତ୍’ ସତ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ଏଥିରେ ସରବ୍ଜିତ୍ ନାମକ ଜଣେ ବ୍ୟକ୍ତି ଗୁପ୍ତଚର ଭାବରେ ପାକିସ୍ତାନ ଦ୍ୱାରା ଗିରଫ ହୁଏ ଏବଂ ତାଙ୍କ ଭଉଣୀ ଦଲବୀର ତାଙ୍କ ଭାଇଙ୍କୁ ଭାରତ ଫେରାଇ ଆଣିବାକୁ ବର୍ଷ ବର୍ଷ ଧରି ଚେଷ୍ଟା କରେ। ଏହି ଚଳଚ୍ଚିତ୍ର ମାଧ୍ୟମରେ ରଣଦୀପ ହୁଡା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଭାଇ ଓ ଭଉଣୀଙ୍କ ଅବିସ୍ମରଣୀୟ ସମ୍ପର୍କକୁ ମନେପକେଇ ଦେଇଛନ୍ତି।
ଇକ୍ବାଲ୍:
ଇକ୍ବାଲ୍ ଚଳଚ୍ଚିତ୍ରରେ ଶ୍ରେୟାସ ତଲପଡେ ଏବଂ ଶ୍ୱେତା ବସୁ ଭାଇ ଓ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ନେଇ ଏମିତି ଚିତ୍ରିତ ହୋଇଥିଲା ଯେ ଯେଉଁଥିରେ ସାନ ଭଉଣୀ ତାଙ୍କ ଭାଇଙ୍କୁ କ୍ରିକେଟ୍ରେ ଆଗକୁ ଯିବାକୁ ପ୍ରେରଣା ଦିଏ ଏବଂ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ଜୀବନକୁ ଲଗେଇ ଦେଉଥିବା ଦେଖାଯାଏ।
ରକ୍ଷାବନ୍ଧନ:
ଅକ୍ଷୟ କୁମାରଙ୍କ ଅଭିନୀତ ‘ରକ୍ଷାବନ୍ଧନ’ ଆଜି ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଅବିଭକ୍ତ ସମ୍ପର୍କକୁ ଦେଖାଯାଇଛି। ଜଣେ ଭାଇ ତାଙ୍କ ଚାରି ଭଉଣୀଙ୍କ ବିବାହ ପାଇଁ କିପରି ସଂଘର୍ଷ କରୁଛି ତାହା ଏହି ଚଳଚ୍ଚିତ୍ରରେ ମାଧ୍ୟମରେ ଦର୍ଶାଯାଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/psjEGfc
No comments: