ଇଣ୍ଡିଆ ଟୁଡେର ମୁଡ ଅଫ ଦ ନେସନ ପୋଲ ସର୍ଭେର ରିପୋର୍ଟ : ନବୀନଙ୍କ ଶାସନକୁ ନେଇ ୭୮% ଓଡିଶାର ଲୋକ ସନ୍ତୁଷ୍ଟ Kanak News

କନକ ବ୍ୟୁରୋ : ଜନପ୍ରିୟତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସ୍ଥିତିକୁ ଆହୁରି ସୁଦୃଢ କରିଛନ୍ତି । ନବୀନଙ୍କ ଶାସନକୁ ନେଇ ଓଡିଶାର ୭୮ ପ୍ରତିଶତ ଲୋକେ ସନ୍ତୁଷ୍ଟ ଅଛନ୍ତି । ଇଣ୍ଡିଆ ଟୁଡେର ମୁଡ ଅଫ ନେସନ ପୋଲର ସର୍ଭେ ରିପୋର୍ଟରୁ ଏହା ଜଣାପଡିଛି । ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ ବର୍ଗରେ ନବୀନ ତାଲିକାର ଶୀର୍ଷରେ ଅଛନ୍ତି ।

ଇଣ୍ଡିଆ ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ସର୍ଭେ ରିପୋର୍ଟରେ ତାଲିକାର ଦ୍ୱିତୀୟରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା,ତୃତୀୟରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଛନ୍ତି । ହିମନ୍ତ ବିଶ୍ୱଶର୍ମାଙ୍କ ଉପରେ ଆସାମର ୬୩ ପ୍ରତିଶତ ଜନତା ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ତାମିଲନାଡୁର ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ତେବେ ସାରା ଦେଶରେ ମୁଖ୍ୟମନ୍ତ୍ରୀ ହିସାବରେ ଲୋକପ୍ରିୟତା ତାଲିକାର ଶୀର୍ଷରେ ରହିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଲୋକପ୍ରିୟତା ତାଲିକାର ଦ୍ୱିତୀୟରେ ଅରବିନ୍ଦ କେଜ୍ରିୱାଲ ଓ ତୃତୀୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଛନ୍ତି ।

ସର୍ଭେରେ କୁହାଯାଇଛି ଯେ ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶାସନ କରୁଥିଲେ ମଧ୍ୟ ଲୋକପ୍ରିୟତାରେ ସେ ଏବେ ବିରୋଧୀ ଦଳ ନେତାଙ୍କ ତୁଳନାରେ ‌ଢେର୍‌ ଆଗରେ ଅଛନ୍ତି। ପ୍ରଧାନମନ୍ତ୍ରୀ ପଦ ପାଇଁ ୫୩ ପ୍ରତିଶତ ଲୋକ ମୋଦୀଙ୍କୁ ଉପଯୁକ୍ତ ବୋଲି ଭାବୁଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୯ ପ୍ରତିଶତ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୭ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଛନ୍ତି ।

ଆଜି ଦେଶରେ ନିର୍ବାଚନ ହେଲେ ଏନଡିଏ ଆଗରେ ରହିବ। କିନ୍ତୁ ନୀତୀଶ ବିଜେପି ହାତ ଛାଡ଼ିବା ଘଟଣା ଏନଡିଏ ପାଇଁ ମହଙ୍ଗା ସାବ୍ୟସ୍ତ ହେବ । ଅଗଷ୍ଟ ୧ ତାରିଖରେ ନିର୍ବାଚନ ହୋଇଥିଲେ ୫୦୩ ଲୋକସଭା ଆସନ ମଧ୍ୟରୁ ଏନଡିଏ ୩୦୭ ଆସନରେ ଜିତିଥାନ୍ତା । ୟୁପିଏ ୧୨୫ଟି ଆସନରେ ଏବଂ ଅନ୍ୟ ଦଳଗୁଡ଼ିକ ୧୧୧ ଆସନରେ ଜିତିଥାନ୍ତେ । କିନ୍ତୁ ବିହାରରେ ହୋଇଥିବା ରାଜନୈତିକ ପରିବର୍ତ୍ତନ ପରେ ନିର୍ବାଚନ ହେଲେ ଏନଡିଏ ସିଧାସଳଖ ୨୧ଟି ଆସନ ହରାଇବ। ଏନଡିଏକୁ ୨୮୬ଟି ଆସନ ମିଳିବ । ଅନ୍ୟପକ୍ଷରେ ୟୁପିଏକୁ ୧୪୬ଟି ଆସନ ମିଳିବ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ବିରୋଧୀ ଦଳ ନେତାଭାବେ ୨୭ ପ୍ରତିଶତ ଲୋକ କେଜ୍ରିୱାଲ, ୨୦ ପ୍ରତିଶତ ମମତା ବାନାର୍ଜୀ ଓ ‌୧୩ ପ୍ରତିଶତ ଲୋକ ରାହୁଲ ଗାନ୍ଧିଙ୍କ ସପକ୍ଷରେ ମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀଭାବେ ମୋଦୀଙ୍କ ବଡ଼ ବିଫଳତାଗୁଡ଼ିକ ହେଉଛି ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା । ୩୩ ପ୍ରତିଶତ ଲୋକ ଦରଦାମ ବୃଦ୍ଧିଙ୍କୁ ଏବଂ ୨୬ ପ୍ରତିଶତ ବେକାରୀକୁ ତାଙ୍କର ବିଫଳତା ବୋଲି ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ତାଙ୍କର ବଡ଼ ସଫଳତାଗୁଡ଼ିକ ମଧ୍ୟରେ ରହିଛି କୋଭିଡ ମହାମାରୀର ମୁକାବିଲା ଓ ଧାରା ୩୭୦ ଉଚ୍ଛେଦ ।

The post ଇଣ୍ଡିଆ ଟୁଡେର ମୁଡ ଅଫ ଦ ନେସନ ପୋଲ ସର୍ଭେର ରିପୋର୍ଟ : ନବୀନଙ୍କ ଶାସନକୁ ନେଇ ୭୮% ଓଡିଶାର ଲୋକ ସନ୍ତୁଷ୍ଟ first appeared on Kanak News.



from Kanak News https://ift.tt/z4N3jAI https://ift.tt/xogdNiz
ଇଣ୍ଡିଆ ଟୁଡେର ମୁଡ ଅଫ ଦ ନେସନ ପୋଲ ସର୍ଭେର ରିପୋର୍ଟ : ନବୀନଙ୍କ ଶାସନକୁ ନେଇ ୭୮% ଓଡିଶାର ଲୋକ ସନ୍ତୁଷ୍ଟ Kanak News ଇଣ୍ଡିଆ ଟୁଡେର ମୁଡ ଅଫ ଦ ନେସନ ପୋଲ ସର୍ଭେର ରିପୋର୍ଟ : ନବୀନଙ୍କ ଶାସନକୁ ନେଇ ୭୮% ଓଡିଶାର ଲୋକ ସନ୍ତୁଷ୍ଟ Kanak News Reviewed by SUBHENDU BARAL on August 11, 2022 Rating: 5

No comments:

Powered by Blogger.