ପାକିସ୍ତାନୀ କଳାକାରଙ୍କ ବାଦ୍ୟରେ ଭାରତର ଜାତୀୟ ସଂଗୀତ Pramod Behera

ମନ ମୋହୁଛନ୍ତି ପାନିସ୍ତାନ କଳାକାର। ଭାରତର ଜାତୀୟ ସଂଗୀତକୁ ପରିବେଷଣ କରି ସେ ଭାରତୀୟଙ୍କ ପ୍ରୀୟ ହୋଇଯାଇଛନ୍ତି। ପାକିସ୍ତାନର ଏହି କଳାକାର ତାଙ୍କର ଏହି ଚମତ୍କାର ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରି ଭାରତୀୟଙ୍କ ପାଇଁ ଏହା ଏକ ଉପହାର ବୋଲି କହିଛନ୍ତି।

ଦେଶ ୭୫ ପୂର୍ତ୍ତି ସ୍ୱାଧୀନତା ଦିବସକୁ ଧୂମ୍‌ଧାମ୍‌ରେ ପାଳନ କରିଛି। ସମସ୍ତେ ନିଜ ନିଜ ଢଙ୍ଗରେ ଏହାକୁ ପାଳନ କରିଛନ୍ତି। ଏହାରି ଭିତରେ ପାକିସ୍ତାନର ଜଣେ କଳାକାର ମଧ୍ୟ ଭାରତର ଏହି ସ୍ୱାଧୀନତା ଦିବସ ଅବସରରେ ଭିନ୍ନ ଢଙ୍ଗରେ ଅଭିନନ୍ଦନ ଜଣାଇଛନ୍ତି, ଯାହା ଭାରତୀୟଙ୍କ ହୃଦୟକୁ ଖୁବ ଛୁଇଁଛି। ପାକିସ୍ତାନୀ ରବାବ କଳାକାର ସିୟାଲ ଖାନ୍‌ ଶାନ୍ତ ପର୍ବତ ଏବଂ ସବୁଜିମା ଭରା ପରିବେଶରେ ଭାରତୀୟ ଜାତୀୟ ସଂଗୀତ ‘ଜନ ଗଣ ମନ’ ବଜାଇଥିଲେ, ଯାହା ସମସ୍ତଙ୍କ ହୃଦୟକୁ କିଣି ନେଇଛି।

ପଡୋଶୀ ଦେଶ ପାକିସ୍ତାନରେ ଜାତୀୟ ସଂଗୀତ ଶୁଣିବାର ଏହି ଇଣ୍ଟର୍‌ନେଟ୍‌ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ସିୟାଲ ଖାନ ତାଙ୍କ ଟ୍ୱିଟର୍‌ ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଏହା ସୀମା ପାର ମୋ ଦର୍ଶକଙ୍କ ପାଇଁ ଏକ ଉପହାର।' ଲୋକମାନେ ଇଣ୍ଟର୍‌ନେଟ୍‌ରେ ଏହି ଚମତ୍କାର ସ୍ୱରକୁ ଶୁଣି ପ୍ରଶଂସା କରିବାରେ ପଛଘୁଞ୍ଚା ଦେଉ ନାହାନ୍ତି।

ଭିଡିଓ ଦେଖିବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଜଣେ ଭାରତୀୟ କହିଛନ୍ତି, 'ଜନ-ଗଣ-ମନ'ର ଧୂନ୍‌ ଶୁଣେଇ ସିୟାଲ୍ ସମସ୍ତଙ୍କ ହୃଦୟ ଜିତିଯାଇଛନ୍ତି। ୧ ମିନିଟ୍ ୨୨ ସେକେଣ୍ଡର ଏହି ଭିଡିଓ ଖବର ଲେଖାହେବା ହେବା ବେଳେ ୧.୨ ମିଲିୟନ ଭିୟୁ ପାଇସାରିଥିଲା।

ପ୍ରକାଶଥାଉ ଯେ ପୂର୍ବରୁ ସିୟାଲ୍ ଖାନ୍ ଏକ 'ଫନା' ଗୀତର ଜବରଦସ୍ତ ପ୍ରସ୍ତୁତି କରିଥିଲେ। ଏହା ବ୍ୟତୀତ ସେ ପ୍ରସିଦ୍ଧ ଗୀତ 'ପସୁରୀ' ଏବଂ 'ଗୁଲାବୀ ଆଙ୍ଖେ'ନୁ ନେଇ ମଧ୍ୟ ସୁନ୍ଦର ପରିବେଷଣ କରିଛନ୍ତି।



from Latest Odisha News, Breaking News Today | Top Updates on Corona - OTV News https://ift.tt/dgAmINY
ପାକିସ୍ତାନୀ କଳାକାରଙ୍କ ବାଦ୍ୟରେ ଭାରତର ଜାତୀୟ ସଂଗୀତ Pramod Behera ପାକିସ୍ତାନୀ କଳାକାରଙ୍କ ବାଦ୍ୟରେ ଭାରତର ଜାତୀୟ ସଂଗୀତ Pramod Behera Reviewed by SUBHENDU BARAL on August 16, 2022 Rating: 5

No comments:

Powered by Blogger.